କଟକ ଲୋକସଭା ଆସନରୁ ପ୍ରାର୍ଥୀ ଘୋଷଣା ହେଲେ କର୍ପୋରେଟ୍ ହାଉସ ଅଧିକାରୀ ସଂତୃପ୍ତ ମିଶ୍ର

କଟକ ସଦର ,୨୭/୦୩/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ସବୁ କଳ୍ପନା ଜଳ୍ପନା ର ଅବସାନ ଘଟାଇ ଶେଷରେ ଆଜି ବୁଧବାର ସନ୍ଧ୍ୟାରେ ଦ୍ଵିତୀୟ ପର୍ଯ୍ୟାୟ ବିଜେଡ଼ି ପ୍ରାର୍ଥୀ ତାଲିକାରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଲୋକସଭା ଆସନ ପାଇଁ ନୂଆ ପ୍ରାର୍ଥୀ ଭାବେ ଆଦିତ୍ୟ ବିର୍ଲା ଗୃପର ମାନବ ସମ୍ବଳ ବିକାଶ ମୂଖ୍ୟ ଅଧିକାରୀ ସଂତୃପ୍ତ ମିଶ୍ରଙ୍କୁ ଘୋଷଣା କରିଛନ୍ତି । ସଂତୃପ୍ତ ମିଶ୍ର ନିକଟରେ ବିଜେଡ଼ିରେ ଯୋଗ ଦେଇଥିବା ବେଳେ ଦଳ ତାଙ୍କୁ ରାଷ୍ଟ୍ରିୟ ମୁଖପାତ୍ର ଭାବେ ନିଯୁକ୍ତି ଦେଇଥିଲା। ସେବେ ଠାରୁ ତାଙ୍କୁ କଟକ ଲୋକସଭା ପାଇଁ ବିଜେଡ଼ି ପ୍ରାର୍ଥୀ କରିବ ଵୋଲି ଚର୍ଚ୍ଚା ହୋଇ ଆସୁଥିଲା। ଯେଉଁଥିପାଇଁ କଟକରୁ ଛଅଥର ନିର୍ବାଚନ ଜିତି ସାଂସଦ ଥିବା ବିଜେଡ଼ିର ପ୍ରତିଷ୍ଠାତା ସଭ୍ୟ ଭର୍ତୃହରି ମହତାବ ବିଜେଡ଼ିରୁ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ। ହେଲେ ଏଵେ ପର୍ଯ୍ୟନ୍ତ ଭର୍ତୃହରି କେଉଁ ଦଳରୁ ଲଢ଼ିବେ କି ଲଢ଼ିବେ କି ନାହିଁ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ବିଜେପି କାହାକୁ ପ୍ରାର୍ଥୀ କରୁଛି ତାକୁ ନେଇ ସମସ୍ତଙ୍କର ଅପେକ୍ଷା ରହିଛି। ଏହି ପରିପ୍ରେକ୍ଷୀରେ ପ୍ରାର୍ଥୀ ଘୋଷଣା ହେବାର କେଇ ଘଣ୍ଟା ପୂର୍ବରୁ ସଂପୃକ୍ତ ମିଶ୍ର କଟକ ର ଏକ ହୋଟେଲରେ ସଂସଦୀୟ କ୍ଷେତ୍ରର ୭ ଗୋଟି ବିଧାନସଭା କ୍ଷେତ୍ରର ବିଧାୟକ ଓ‌ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ବୈଠକ କରିବାକୁ ନେଇ ପ୍ରାର୍ଥୀ ହେବା ସ୍ପଷ୍ଟ ବାରିହୋଇ ପଡ଼ିଥିଲା। ତେବେ ବିଜେପିର ପ୍ରାର୍ଥୀ ଘୋଷଣା ପରେ ଯାଇଁ ପ୍ରତିଦ୍ବନ୍ଦିତା କିପରି ହେବ ତାହା ଜଣାପଡ଼ିବ ବୋଲି ଶୁଣାଯାଉଛି ।

Leave a Reply

Your email address will not be published. Required fields are marked *