ସମସ୍ତ ପ୍ରାର୍ଥୀପତ୍ର କାଏମ  – ବାଲିଗୁଡାରୁ ୫ ଓ ଜି ଉଦୟଗିରୀରୁ ୯ ଜଣ ପ୍ରାର୍ଥୀ

ବାଲିଗୁଡା, ୦୪/୦୫/୨୦୨୪ (ଓଡ଼ିଶା ସମାଚାର)-ଆଜି ଦାଖଲ ହୋଇଥିବା ନାମାଙ୍କନ ପତ୍ରର ଯାଂଚ ଥିଲା । ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବାଲିଗୁଡା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ପତ୍ର ଯାଂଚ ହୋଇଥଲା । ଯାଂଚରେ ସମସ୍ତଙ୍କ ପ୍ରାର୍ଥୀଙ୍କର ଦାଖଲ କରିଥିବା ସମସ୍ତ କାଗଜ ପତ୍ର ଠିକ ରହିଛି । ବାଲିଗୁଡା ନିର୍ବାଚନ ମଣ୍ଡଳୀର ସମୁଦାୟ ବିଧାୟକ ପ୍ରାର୍ଥୀ ପାଂଚ ଜଣ କଂଗ୍ରେସରୁ ଉପେନ୍ଦ୍ର ପ୍ରଧାନ,ବିଜେଡିରୁ ଚକ୍ରମଣୀ କହଁର,ବିଜେପିରୁ କଳ୍ପନା କହଁର,ସ୍ୱାଧିନ ଭାବେ ଭାବେ ଜୟସିଂ ମଳିକ ଓ ଅଜୟ କୁମାର ମଳିକ ନାମାଙ୍କନ ଦାଖଲ କରିଥିଲେ,ସମସ୍ତଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ଜି ଉଦୟଗିରୀରୁ ୯ଜଣ ପ୍ରାର୍ଥୀ ରହିଛନ୍ତି । ସେମାନେ ହେଲେ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ ପ୍ରଧାନ,ବିଜେଡିରୁ ସାଲୁଗା ପ୍ରଧାନ, ବିଜେପିରୁ ମାନଗୋବିନ୍ଦ ପ୍ରଧାନ,ଆମ୍ ଆଦମୀ ରୁ ଯୌବନ ମଲ୍ଲିକ,ପ୍ରଦୀପ ବହୁଜହନ ମୁକ୍ତି ପାର୍ଟି ରୁ ପ୍ରଦୀପ କହଁର,ସ୍ୱାଧିନ ପ୍ରାର୍ଥୀ ଶରତ ପ୍ରଧାନ,ପ୍ରଦୀପ ପ୍ରଧାନ,ସଂଜୟ କୁମାର ପ୍ରଧାନ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ଆସନ୍ତା ୬ ତାରିଖରେ ପ୍ରାର୍ଥୀପତ୍ର ପ୍ରତିହାର ରହିଛି ।

Leave a Reply

Your email address will not be published. Required fields are marked *