ପିଆଇବି ପକ୍ଷରୁ ତମାଖୁମୁକ୍ତ ଯୁବସମାଜ ଅଭିଯାନ

ତୃଣମୂଳସ୍ତରରେ ଜନ ସଚେତନତାର ଆବଶ୍ୟକତା ରହିଛି: ପିଆଇବି ଏଡିଜି
ନୂଆଦିଲ୍ଲୀ/କଟକ, ୨୫/୧୦/୨୦୨୫(ଓଡ଼ିଶା ସମାଚାର /ପିଆଇବି): ଭାରତୀୟ ଯୁବସମାଜ ତମାଖୁ ନିଶାରେ ପଡ଼ି ଶାରୀରିକ ଏବଂ ମାନସିକ କ୍ଷତିର ଶିକାର ହେଉଛନ୍ତି । ବିଶେଷ କରି କିଶୋରାବସ୍ଥାରେ ତମାଖୁ ନିଶା ବିଭିନ୍ନ ପ୍ରକାର ଗୁରୁତର ବ୍ୟାଧି ସୃଷ୍ଟି କରୁଛି । ଦେଶର ଯୁବପିଢ଼ିଙ୍କୁ ତମାଖୁ ନିଶା କବଳରୁ ରକ୍ଷା କରିବା ଲାଗି ବ୍ୟାପକ ସଚେତନତା ସହିତ ତମାଖୁ ସଂକ୍ରାନ୍ତ ଆଇନର କଡ଼ାକଡ଼ି ଅନୁ ପାଳନର ଆବଶ୍ୟକତା ରହିଛି ବୋଲି କଟକଠାରେ ଆୟୋଜିତ ଗଣମାଧ୍ୟମ କର୍ମଶାଳା ‘ବାର୍ତା’ ରେ ବିଶିଷ୍ଟ ଅତିଥିମାନେ ମତପ୍ରକାଶ କରିଛନ୍ତି ।

‘ତମାଖୁ ମୁକ୍ତ ଯୁବସମାଜ ଅଭିଯାନ’ର ତୃତୀୟ ପର୍ଯ୍ୟାୟ ଅଧୀନରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଛି । ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ କଟକଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଆଇବି/ସିବିସିର ଅତିରିକ୍ତ ମହାନିର୍ଦ୍ଧେଶକ ତଥା ଅତିରିକ୍ତ ପ୍ରେସ ରେଜିଷ୍ଟ୍ରାର (ଓଡ଼ିଶା ଏବଂ ଝାଡ଼ଖଣ୍ଡ କ୍ଷେତ୍ର) ଅଖିଳ କୁମାର ମିଶ୍ର ଉଦବୋଧନ ଦେଇ ତମାଖୁ ମୁକ୍ତ ସମାଜ ଗଠନ ପାଇଁ ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ସେ କହିଥିଲେ, ତମାଖୁ ସେବନର ଅପକାରିତା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କ୍ଷେତ୍ରରେ ଗଣମାଧ୍ୟମ, ବିଶେଷ କରି ସାମାଜିକ ଗଣମାଧ୍ୟମର ବେଶ୍ ଗୁରୁତ୍ୱ ରହିଛି । ଗ୍ରାମୀଣ ଏବଂ ତୃଣମୂଳସ୍ତରରେ ସାମାଜିକ ସଚେତନତାର ମଧ୍ୟ ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । କଟକ ଅତିରିକ୍ତ ଜିଲାପାଳ ଶିବ ଟପ୍ପୋ କାର୍ଯ୍ୟକ୍ରମକୁ ସେମ୍ବାଧିତ କରି କହିଥିଲେ, ସାମ୍ପ୍ର୍ରତିକ ସମାଜରେ ଅଧିକ ସଂଖ୍ୟାରେ ଯୁବବର୍ଗ ନିଶା କବଳରେ ପଡ଼ୁଛନ୍ତି । ନିଶା ନିବାରଣ ଏବଂ ଏହାର କୁ ପ୍ରଭାବକୁ ରୋକିବା ଲାଗି ସରକାର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏଥିପାଇଁ କଠୋର ଆଇନ ପ୍ରଣୟନ ଏବଂ ପ୍ରବର୍ତନ କରାଯାଉଛି ।

ତେବେ ତମାଖୁ ଏବଂ ଅନ୍ୟ ନିଶାଦ୍ରବ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ସରକାରଙ୍କ ପଦକ୍ଷେପକୁ ବ୍ୟାପକ ମାତ୍ରାରେ ପ୍ରଚାରପ୍ରସାର କରିବାରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ । କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତର କର୍କଟ ଚିକିତ୍ସା ପ୍ରତିଷ୍ଠାନର ପ୍ରାଧ୍ୟାପକ ଡାକ୍ତର ସୁରେନ୍ଦ୍ର ନାଥ ସେନାପତି ତାଙ୍କ ଅଭିଭାଷଣରେ ତମାଖୁ ନିଶାର କୁ ୍ରଭାବ ସମ୍ପର୍କରେ ତଥ୍ୟାତ୍ମକ ଅବତାରଣା କରିଥିଲେ ।

ସେ କହିଥିଲେ, ଭାରତରେ ପ୍ରତ୍ୟେକ ବର୍ଷ ପ୍ରାୟ ୧୪ ଲକ୍ଷ ୬୧ ହଜାର ଲୋକ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରାୟ ୨୦% ତମାଖୁ ଜନିତ କର୍କଟ ରୋଗରେ ପୀଡ଼ିତ ହୋଇଥା’ନ୍ତି । ସେହିପରି ଓଡ଼ିଶାରେ ବାର୍ଷିକ ପ୍ରାୟ ୫୨,୯୬୦ କର୍କଟ ରୋଗୀଙ୍କ ମଧ୍ୟରୁ ୩୦ ପ୍ରତିଶତ ତମାଖୁ ଜନିତ କର୍କଟ ଆକ୍ରାନ୍ତ ଥିବା ଅଧ୍ୟୟନରୁ ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *