ଫେବୃୟାରୀ ୧୬ ଗ୍ରାମୀଣ ଭାରତ ବନ୍ଦକୁ ସିପିଆଇର ସମର୍ଥନ

ଭୁବନେଶ୍ୱର, ୧୪/୦୨/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନମାନଙ୍କର ମିଳିତ ମଂଚ ତରଫରୁ ଫେବୃୟାରୀ ୧୬ ତାରିଖ ଯେଉଁ ଧର୍ମଘଟ/ହରତାଳ/ ଗ୍ରାମୀଣ ଭାରତ ବନ୍ଦର ଡାକରା ଦିଆଯାଇଛି ତାକୁ ଭାରତୀୟ କମୁ୍ୟନିଷ୍ଟ ପାର୍ଟି ସମର୍ଥନ କରିବା ସେଙ୍ଗ ସେଙ୍ଗ ଓଡ଼ିଶାରେ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ଆହ୍ୱାନ ଦେଇଛି ।

ସିପିଆଇର ରାଜ୍ୟ ସମ୍ପାଦକ ଅଭୟ ସାହୁ ଏକ ବିବୃତିରେ ସିପିଆଇର ସମସ୍ତ ଜିଲା, ଜୋନ୍ ଶାଖା କମିଟିମାନେ ଏହି ଧର୍ମଘଟକୁ ସଫଳ କରିବା ପାଇଁ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ଗ୍ରହଣ କରିବା ସହିତ ସିପିଆଇର ସମସ୍ତ ସଦସ୍ୟ ଏଥିରେ ସାମିଲ ହେବା ପାଇଁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *