ବିଜେପି ର ମିଶ୍ରଣ ପର୍ବ
କଳାହାଣ୍ଡି, ୦୧/୦୫/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ /ଓଡ଼ିଶା ସମାଚାର) -ଗୋଳାମୁଣ୍ଡା ବ୍ଲକ ତୁରେଛଡ଼ା ଗ୍ରାମର ଉଦନ୍ତୀନଦୀ ଆମ୍ବ ତୋଟା,ଠାରେ ବିଜେପିର ବିଶାଳ ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟିର ନେତୃତ୍ୱ ନେଇଥିଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ । ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ପରିବେଶ, ଓ ଜଙ୍ଗଲ, ସୁରକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଭୁପେନ ଯାଦବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ହିମାଂଶୁ ଶେଖର ମେହେର,କଳାହାଣ୍ଡି ସାଂସଦ ପ୍ରାର୍ଥୀନୀ ଶ୍ରୀମତୀ ମାଳବିକା କିଶୋରୀ ଦେଓ, ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଶ୍ରୀଯୁକ୍ତ ମନୋଜ ମେହେର,ଜୁନାଗଡ଼ ଏନ ଏ ସି ଅଧ୍ୟକ୍ଷ ଶ୍ରୀଯୁକ୍ତ ମୁକେଶ ଅଗ୍ରୱାଲ, ଜିଲ୍ଲା ସଭାପତି ଶ୍ରୀ ଆର୍ତ୍ତତ୍ର।ଣ ମହାପାତ୍ର,
ଯୋଗଦେଇଥିଲେ । ଆଜିକାର ସଭାରେ ଗୋଳାମୁଣ୍ଡା ବ୍ଲକରୁ ବିଜେପି କର୍ମୀ ବହୁ ସଂଖ୍ୟାରେ ଯୋଗ ଦେଇଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ କଂଗ୍ରେସ ଓ ବିଜେଡି ରୁ ହଜାର ହଜାର କର୍ମୀମାନେ ଆସି ବିଜେପି ମିଶିଥିଲେ । ଶ୍ରୀ ଯାଦବ ଓଡ଼ିଶାର ଦୁର୍ନୀତି ଶାସନ ବିରୁଦ୍ଧରେ କିଛି ଅଭିଭାଷଣ ରଖିଥିବା ବେଳେ ସ୍ୱଚ୍ଛଭାରତ ମିଶନ ,ଓ ବସୁଧା ଯୋଜନାରେ କେନ୍ଦ୍ର ଦେଇଥିବା ଟଙ୍କାକୁ ଆତ୍ମସାତ କରାଯାଇଛି ବୋଲି କହିଥିଲେ । ଭି କାର୍ତ୍ତିକ ପଣ୍ଡିଆନ ତାମିଲନାଡୁରୁ ଆସି ଓଡ଼ିଶାର ଶାସନ ଭାର ଚଳାଉଥିବା ଉପରେ ମଧ୍ୟ ବର୍ଷିଥିଲେ ।ଏପରିକି ସେ ଜନ ସମାବେଶରେ ଘୋଷଣା କରିଛନ୍ତି ଆମ ସରକାର ଓଡ଼ିଶାରେ ଆସିଲେ ଧାନ ର ସର୍ବ ନିମ୍ନ ମୂଲ୍ୟ ୩୧୦୦,ଟଙ୍କା ଓ ପ୍ରତ୍ୟେକ ମା ମାନଙ୍କ ଆକାଉଣ୍ଟ କୁ ୧୦୦୦,ଟଙ୍କା ପ୍ରଦାନ କରାଯିବ ବୋଲି ଆମ ସରକାର ମୋଦି ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଆଗାମୀ ସାଧାରଣ ନିର୍ବାଚନ ମଇ ୧୩ ତାରିଖରେ ହେଉଥିବା ବେଳେ କଳାହାଣ୍ଡି ବିଜେପି ସାଂସଦ ପ୍ରାର୍ଥୀନୀ ଶ୍ରୀମତୀ ମାଳବିକା ଦେଓ ଓ ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶ୍ରୀ ମନୋଜ ମେହେରଙ୍କୁ ଭୋଟ ଦେବାକୁ ଶ୍ରୀ ଯାଦବ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଆଜିକାର ମିଶ୍ରଣ ପର୍ବରେ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ଯୋଗଦେଇଥିବାରୁ ବିଜେଡି ପ୍ରତି ଅଶୁଭ ସଂକେତ ଦେଖାଦେବ ବୋଲି ସାଧାରଣରେ ଆଲୋଚନା ହେଉଛି ।
