ଜଗତସିଂହପୁର ୦୨/୦୫/୨୦୨୪ (ଓଡ଼ିଶା ସମାଚାର)-ରାଜ୍ୟ ରେ ଗ୍ରୀଷ୍ମର ପ୍ରକୋପ ଯୋଗୁଁ ଜଗତସିଂହପୁର ଜିଲ୍ଲାରେ ପ୍ରଚଣ୍ଡ ରୌଦ୍ରତାପ ଅସ୍ୱାଭାବିକ ବୃଦ୍ଧି ପାଉଥିବାରୁ ଜିଲ୍ଲାପାଳ ଶ୍ରୀ ଅନୁପମ ସାହାଙ୍କ ନିର୍ଦ୍ଦେଶକ୍ରମେ ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଜଳଛତ୍ର ମାନ ଖୋଲା ଯାଇଅଛି ।
ଭୀଷଣ ରୌଦ୍ରତାପର ପ୍ରତିହତ କରିବା ଉଦେଶ୍ୟରେ ଆଞ୍ଚଳିକ ପରିବହନ ବିଭାଗ ତରଫରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳଛତ୍ରର ବ୍ୟବସ୍ଥା କରାଯାଇଅଛି।
ଏଥିରେ ବସ ଯାତ୍ରୀ ଏବଂ ଅନ୍ୟାନ୍ୟ ପଥଚାରିମାନଙ୍କୁ ଦହି ସରବତ ଗତ ୩୦.୦୪.୨୦୨୪ ରୁ ବଣ୍ଟନ ଆରମ୍ଭ କରାଯାଇଅଛି। ଏଇ ଜଳଛତ୍ର ଗୁଡ଼ିକ ପ୍ରାଇଭେଟ୍ ବସଷ୍ଟାଣ୍ଡ ଜଗତସିଂହପୁର୍ ଏବଂ ପାରାଦୀପ ଆର. ଟି. ଓ ଅଫିସ୍ ନିକଟସ୍ଥ ଡ୍ରାଇଭିଙ୍ଗ ଟେଷ୍ଟିଙ୍ଗ ପଡ଼ିଆ ଏବଂ ଜଇପୁର ଛକ ଠାରେ ଖୋଲା ଯାଇଅଛି।ଏଥିରେ ପ୍ରାଇଭେଟ୍ ବସ ମାଲିକ ସଂଘ ଜଗତସିଂହପୁର/ପାରାଦୀପ ଏବଂ ଅଟୋ ଚାଳକ ସଂଘ ଜଇପୁର କର୍ମକର୍ତ୍ତା ମାନଙ୍କ ସହଯୋଗିତାରେ ଏହି କାର୍ଯ୍ୟ ଚାଲୁଅଛି।ତତ୍ ସହିତ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନିର୍ମଳ ମହାନ୍ତି ଙ୍କ ନେତୃତ୍ଵରେ ଜିଲ୍ଲାର ବିଭିନ୍ନ ସ୍ଥାନମାନଙ୍କରେ ଯାତ୍ରୀବାହି ବସ ମାନଙ୍କରେ ଯାଞ୍ଚ ପ୍ରକ୍ରିୟା ଚାଲୁରହଛି।
ଏହି ଯାଞ୍ଚ ପ୍ରକ୍ରିୟାରେ ଗାଡ଼ିରେ ଆବଶ୍ୟକ ଅନୁଯାୟୀ ପିଇବା ପାଣି, ଓ ଆର ଏସ ପ୍ୟାକେଟ, ଫାଷ୍ଟ ଏଡ୍ କିଟ୍ ଏବଂ ଗାଡ଼ିର ଝରକା କାଚ ଗୁଡ଼ିକର ସଠିକ ବ୍ୟବସ୍ଥା ଏବଂ ବସ ମାନଙ୍କରେ ଅଧିକ ଯାତ୍ରୀ ପରିବହନ ବାବଦରେ ଯାଞ୍ଚ କରାଯାଉଛି। ଏଥି ସହିତ ବସ କର୍ମଚାରି ମାନଙ୍କୁ ସୂଚାଇ ଦିଆଯାଉଛି ଯେ ସେମାନେ ଯେପରି ସବୁ ଦିନ ମାନଙ୍କରେ ଏହି ସବୁ ଜିନିଷ ଗୁଡ଼ିକ ଠିକ୍ ଭାବରେ ପରଖି କରି ଯାତ୍ରା ଆରମ୍ଭ କରିବେ। ଏଗୁଡିକ ଖିଲାପ ହେଲେ ମୋଟର ଭେହିକିଲ ଆକ୍ଟ ର ନିୟମ ଅନୁଯାୟୀ ଦଣ୍ଡିତ ହେବେ। ଏହି ଯାଞ୍ଚ ପ୍ରକ୍ରିୟାରେ ଶ୍ରୀ ପ୍ରତାପ କୁମାର ବେହେରା, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ,ଶ୍ରୀମତୀ ରଂଜିତା ମଲ୍ଲିକ, ସହକାରୀ ମୋଟର ଯାନ ନିରୀକ୍ଷକ ,ବିଶ୍ୱନାଥ ରାଉତ, କନେଷ୍ଟବଳ,ସୂର୍ଯ୍ୟକାନ୍ତ ,ହୋମଗାର୍ଡ ମିଳିତ ଭାବେ ଦୁଇ ଗୋଟି ଟିମ୍ ରେ ବିଭକ୍ତ ହୋଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ଏହାର ମୂଳ ଲକ୍ଷ୍ୟ ହେଲା ଗ୍ରୀଷ୍ମ ତାପରେ କିଭଳି ଭାବେ ବସ ରେ ଆସୁଥିବା ଯାତ୍ରୀ ମାନଙ୍କୁ ସୁରକ୍ଷିତ ଭାବରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ଏବଂ କୌଣସି ଯାତ୍ରୀ ଏହି ରୌଦ୍ର ତାପର ପ୍ରକୋପ ରେ ଆଘାତ ପ୍ରାପ୍ତ ନହେବା ,ସମ୍ପର୍କରେ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରକାଶ କରିଛନ୍ତି ।
ପ୍ରଚଣ୍ଡ ରୌଦ୍ରତାପ ର ମୁକାବିଲା ନିମନ୍ତେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ବସ ଯାତ୍ରୀ ଓ ପଥଚାରି ମାନଙ୍କ ପାଇଁ ପଦକ୍ଷେପ
