ବିଜୁ ବାବୁଙ୍କୁ ଭାରତ ରତ୍ନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର, ୦୯/୦୨/୨୦୨୪ (ଓଡ଼ିଶା ସମାଚାର)-୭୭ବର୍ଷ ସ୍ୱାଧୀନତା ପରେ ମଧ୍ୟ ଜଣେ ବି ଓଡ଼ିଆ ଭାରତରତ୍ନ ପାଇପାରିଲେ ନାହିଁ । ୨୦୧୪ ମସିହାରେ ଆପଣଙ୍କ ସରକାର କ୍ଷମତାସୀନ ହେଲାପରେ ଆପଣ ଏ ଦେଶର ୧୦ଜଣ ସୁଯୋଗ୍ୟ ସନ୍ତାନଙ୍କୁ ଭାରତରତ୍ନ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସ୍ଥାପୟିତା ଶ୍ରୀଯୁକ୍ତ ମଦନ ମୋହନ ମାଲବ୍ୟ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଆର.ଏସ୍.ଏସ୍.ର ବରିଷ୍ଠ ଚିନ୍ତକ ନାନାଜି ଦେଶମୁଖ, ବିଶିଷ୍ଟ ସଂଗୀତଜ୍ଞ ଭୁପେନ୍ ହଜାରିକା, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ କର୍ପୂରୀ ଠାକୁର, ଦେଶର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଲାଲକୃଷ୍ଣ ଆଡଭାନୀ ଏବଂ ଆଜି ତିନିଜଣ ସୁଯୋଗ୍ୟ ସନ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓ ଓ ବିଶିଷ୍ଟ ବୈଜ୍ଞାନିକ ସ୍ୱର୍ଗତ ଏମ୍.ଏସ୍. ସ୍ୱାମୀନାଥନଙ୍କୁ ଆପଣଙ୍କ ସରକାର ଭାରତରତ୍ନ ପ୍ରଦାନ କରିଛନ୍ତି । ଏହା ଆପଣଙ୍କ ସରକାରଙ୍କର ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ବିଜୁ ବାବୁଙ୍କ ଏ୍ୟ÷ତିହାସିକ ଭୂମିକାକୁ ଏବଂ ଦେଶପ୍ରତି ତାଙ୍କର ଅବଦାନକୁ ଆଖି ଆଗରେ ରଖି ତଥା ଓଡ଼ିଶାର ସାଧାରଣ ଲୋକଙ୍କର ଭାବାବେଗକୁ ସମ୍ମାନ ଜଣାଇ ତାଙ୍କୁ ଭାରତରତ୍ନ ପ୍ରଦାନ କରିବାକୁ ଆମ୍ଭେ ଦାବି କରୁଛୁ । ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଆଜି ଏହି ମର୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ବିଜୁ ବାବୁଙ୍କୁ ଭାରତ ରତ୍ନ ଦେବାପାଇଁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *