ରାଜଗାଙ୍ଗପୁର, ୦୧/୦୫/୨୦୨୪ (ଓଡ଼ିଶା ସମାଚାର)- ତା ୩୦/୦୪/୨୦୨୪ ରିଖ ଦିନ ରାଜଗାଙ୍ଗପୁର ସ୍ଥିତ ସରବତୀ ଦେବୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ୍ ଚୌଧୁରୀଙ୍କ ନିମନ୍ତେ ସେବା ନିବୃତ୍ତି ସମ୍ବର୍ଦ୍ଧନା ଉତ୍ସବ ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା। ୨୦୧୨ ମସିହାରେ ଶ୍ରୀଯୁକ୍ତ ଚୌଧୁରୀ ମହାବିଦ୍ୟାଳୟର ଶିକ୍ଷା ବିଭାଗରେ ଯୋଗ ଦେଇଥିଲେ । ୨୦୨୧ ମେ ମାସରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ତାଙ୍କ ଅଧ୍ୟକ୍ଷ ଥିବା ସମୟରେ ମହାବିଦ୍ୟାଳୟର ଅନେକ ଉନ୍ନତି ମୂଳକ କାମ ହୋଇଥିଲା । ଅନ୍ତେବାସୀ ଛାତ୍ରୀ ମାନଙ୍କ ଯୋଗ କରିବା ନିମନ୍ତେ ସ୍ବତନ୍ତ୍ର ଛାଉଣୀ ନିର୍ମାଣ , ଛାତ୍ରୀ ନିବାସ ନିମନ୍ତେ ୨୦୦ ଖଟ ବ୍ୟବସ୍ଥା ,ମହାବିଦ୍ୟାଳୟର ପାନୀୟ ଜଳର ବ୍ୟବସ୍ଥା, ବିଜ୍ଞାନ ବିଭାଗରେ ଉନ୍ନତ ମାନର ପ୍ରୟୋଗଶାଳ।ର ନିର୍ମାଣ ଇତ୍ୟାଦି ତାଙ୍କର ଉନ୍ନତି ମୂଳକ କାର୍ଯ୍ୟ l ମହାବିଦ୍ୟାଳୟର ସୁବ୍ୟବସ୍ଥା ଅଧ୍ୟକ୍ଷଙ୍କ ଦ୍ଵାରା ହିଁ ସମ୍ଭବ ହୋଇଛି ଫଳସ୍ୱରୂପ ମହାବିଦ୍ୟାଳୟରେ ଛାତ୍ରୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଅଛି । ଅଧ୍ୟକ୍ଷ ମହାବିଦ୍ୟାଳୟର ଛାତ୍ରୀ ନିବାସରେ ଗ୍ୟାସ୍ ସଂଯୋଗ ଓ ମହାବିଦ୍ୟାଳୟରେ ଛାତ୍ରୀଙ୍କ ନିମନ୍ତେ ବିଓମେଟରିକ (biometric attendance) ଖଞ୍ଜା ଯିବା ପରି ସୁ ବ୍ୟବସ୍ଥା କରି ବେଶ୍ ପ୍ରଶଂସିତ ହୋଇଥିଲେ । ବିଦାୟ କାଳୀନ ଉତ୍ସବରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ ଯୋଗ ଦେଇଥିଲେ। ବର୍ତ୍ତମାନ ସରବତୀ ଦେବୀ ମହିଳା ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷା ଭାବରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଡ଼ ସସ୍ମିତା ଲେଙ୍କା ।
ସରବତୀ ଦେବୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଅବସର ଗ୍ରହଣ
