ଉତ୍କଳୀୟ ପରମ୍ପରା ଓ ନୌବାଣିଜ୍ୟ ଗାଥାକୁ ଉଜ୍ଜୀବିତ କରି ବାଣିଜ୍ୟ କ୍ଷେତ୍ରରେ ଓଡିଶାକୁ ସୁଦୃଢ଼ କରିବା ପାଇଁ ଆହ୍ଵାନ
ନିରାକାରପୁର, ୨୭/୧୧/୨୦୨୩ (ଓଡ଼ିଶା ସମାଚାର)- ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଖୋର୍ଦ୍ଧା ଜିଲ୍ଲା ରାମେଶ୍ଵର ଛକ ସ୍ଥିତ ମନ୍ଦାକିନୀ ନଦୀରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଖୋର୍ଦ୍ଧାର ପୂର୍ବତନ ବିଧାୟକ ଦିଲ୍ଲୀପ କୁମାର ଶ୍ରୀଚନ୍ଦନଙ୍କ ପୈ।ରହିତ୍ୟରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି।
ମନ୍ଦାକିନୀ ନଦୀରେ ନର୍ମଦା ଓ ଗଙ୍ଗା ଜଳ ପକାଇ ପବିତ୍ର ହୋଇଥିଲା। ଆଜି ସକାଳେ ବୋଇତ ବନ୍ଦାଣ କାର୍ୟ୍ୟକ୍ରମ ହୋଇଛି।ଏହି ବୋଇତ ବନ୍ଦାଣ କାର୍ୟ୍ୟକ୍ରମ ଓଡ଼ିଶାର ପରମ୍ପରା କୁ ମନେପକାଇ ରୀତିନୀତି ଅନୁଯାୟୀ ସାଧବ ଵୋହୁମାନେ ବନ୍ଦାପନା କରିଥିଲେ । ପରେ ସାଧବ ସାତପୂଅ ବୋଇତ ନେଇ ନୈବାଣିଜ୍ୟ କରିବାକୁ ମନ୍ଦାକିନି ନଦୀରେ ବୋଇତରେ ଯାତ୍ରା କରିଥିଲେ। ଏହି କାର୍ୟ୍ୟକ୍ରମ ରେ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ସହିତ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମ ଚନ୍ଦ୍ର ମହାପାତ୍ର, ସମାଜସେବୀ ସଞ୍ଜୟ କୁମାର ପଟ୍ଟନାୟକ, ଓଡ଼ିଶା ପାଇକ ଆଖଡ଼ା ସଭାପତି ପ୍ରକାଶ ଶ୍ରୀଚନ୍ଦନ, ସମାଜସେବୀ ଇଂ ବିଶ୍ଵମୋହନ ପଟ୍ଟନାୟକ, ଜିଲ୍ଲା ବିଜୁ ଜନତା ଦଳ ଉପ ସଭାପତି ବିପିନ କୁମାର ଜୟସିଂହ, ଯୁବ ନେତା ରଞ୍ଜିତ ଜଗଦେବ, ସମିତି ସଭ୍ୟ ରମେଶ ଚନ୍ଦ୍ର ବିଶ୍ଵାଳ, ଶିକ୍ଷକ ନେତା ରମାକାନ୍ତ ମହାପାତ୍ର,
ମୁଖ୍ୟ ସଂଯୋଜକ ବିଶ୍ବଭୂଷଣ ଛୋଟରାୟ, ବିଜୟ କୁମାର ରାଉତରାୟ ଙ୍କ ସହିତ ସ୍ଥାନୀୟ ଆଖପାଖ ୨୦ଖଣ୍ଡ ଗ୍ରାମପଞ୍ଚାୟତ ନିର୍ବାଚିତ ଲୋକ ପ୍ରତିନିଧି ଓ ଶତାଧିକ ମହିଳା ପୁରୁଷମାନେ ଯୋଗଦେଇଥିଲେ। ସ୍ଥାନୀୟ ଅଂଚଳର ଯୁବକ ମାନଙ୍କୁ ସାଙ୍ଗରେ ଧରି ଏହି ବୋଇତ ବନ୍ଦାଣ କାର୍ୟ୍ୟକ୍ରମ ହୋଇଛି। ବୋଇତ ବନ୍ଦାଣ କାର୍ୟ୍ୟକ୍ରମ ସହିତ ରାମେଶ୍ୱର ମନ୍ଦାକିନୀ ଠାରେ ଏକ ସାସ୍କୃତିକ କାର୍ୟ୍ୟକ୍ରମ ହୋଇଥିଲା। ଓଡ଼ିଶାର କୋଣ ଅନୁକୋଣରୁ ବିଶିଷ୍ଟ ସିନେ କଳାକାର ମାନଙ୍କ ମଧ୍ୟରେ ସୁଧାକର ବସନ୍ତ, ରୂପାଲି ଦାସ, ଦିପ୍ତୀ ବରି, ସାଇ, ଶ୍ରାବଣୀ, ଆନନ୍ଦିତା, ମମତା ଦାଶ , ନମିତ ମଲ୍ଲ, ସୋନାଲି ଓ ପୂଜା ପ୍ରମୁଖ ଯୋଗଦେଇଥିଲେ। କାର୍ୟ୍ୟକ୍ରମ କୁ ସଂଚାଳନ କରିଥିଲେ ବିଶ୍ବଭୂଷଣ ଛୋଟରାୟ, ରମାକାନ୍ତ ମହାପାତ୍ର,ସୁନିଲ ନରେନ୍ଦ୍ର, ରଣଜିତ୍ ଜଗଦ୍ଦେବ,ବିଜୟ କୁମାର ରାଉତରାୟ ଓ ଅନ୍ୟମାନେ।
ମନ୍ଦାକିନୀ ବୋଇତ ବନ୍ଦାଣ ଉତ୍ସବ ପାଳିତ
