କଟକ ସଦର ନିର୍ବାଚନ ମଣ୍ଡଳୀ ରେ ସାଂସଦ ଓ ବିଧାୟକ ପ୍ରାର୍ଥୀ ଙ୍କର ଜୋରଦାର ରାଲି

ନିଶ୍ଚିନ୍ତକୋଇଲି, ୨୯/୦୪/୨୦୨୪ (ଓଡିଶା ସମାଚାର /ଅଭୟ ଜେନା) – କଟକ ସଦର ନିର୍ବାଚନ ମଣ୍ଡଳୀ ର ଦ୍ବି୍ପାଞ୍ଚଳ ର ବିଭିନ୍ନ ପଞ୍ଚାୟତ ରେ ଆଜି ଅପରାହ୍ନ ରେ ବିଜେଡି କଟକ ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ ବିଧାୟକ ପ୍ରାର୍ଥୀ ଚନ୍ଦ୍ର ସାରଥୀ ବେହେରା ଙ୍କର ଏକ ବଡ଼ ଧରଣର ବାଇକ ରାଲି ଦେଖିବାକୁ ମିଳିଛି। ଜନାର୍ଦ୍ଦନ ପୁର ପଞ୍ଚାୟତ ବଳରାମପୁର ହନୁମାନ ମନ୍ଦିର ଠାରୁଆରମ୍ଭ ହୋଇଥିବା ଏହି ନିର୍ବାଚନୀ ରାଲି ରେ ହଜାର ହଜାର କର୍ମୀ ଓ ସମର୍ଥକ ମହମ୍ମଦ ପୁର ନେମାଳ ଓ ତିଲକଣା ପର୍ଯ୍ୟନ୍ତ ଯାଇ ନିର୍ବାଚନ ପ୍ରଚାର ରେ ସାମିଲ ହୋଇ ଥିଲେ । ପ୍ରଚାର ରାଲି ରେ ବିଜେଡି ପର୍ଯ୍ୟବେକ୍ଷକ ରମେଶ ସ୍ୱାଇଁ, ପ୍ରମୋଦ ନାୟକ, ଅଚ୍ୟୁତାନନ୍ଦ ଦାସ, ବିଶ୍ୱେନ୍ଦୁ ମହାରଣା,ନୃସିଂହ ଚରଣ ମୁଦୁଲି, ସ୍ୱାଧୀନ ଭୂୟାଁ, ଗୋବିନ୍ଦ ଦାସ ପ୍ରମୁଖ ରାଲି ର ନେତୃତ୍ୱ ନେଇଥିଲେ ।

Leave a Reply

Your email address will not be published. Required fields are marked *