ବିଜେଡ଼ି କୁ ସମର୍ଥନ ଘୋଷଣା କଲା ଦଳିତ ସମାଜ

ଭୁବନ, ୨୯/୦୪/୨୦୨୪ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଏବଂ ଏନ୍ ଏ ସି ର ୩୪ ଥାନ ଦଳିତ ସମାଜ ବିଜେଡି କୁ ସମ୍ପୂର୍ଣ ସମର୍ଥନ ଜଣାଇଛନ୍ତି। ଭୁବନ ଏନ୍ ଏ ସି ଅନ୍ତର୍ଗତ ୪ ନମ୍ବର ୱାର୍ଡ ସାହୁ ଘର ପାଟଣା ସ୍ଥିତ ଦଳିତ ସମାଜ କୋଠ ଘରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ମାନ୍ୟବର ମନ୍ତ୍ରୀ ତଥା କାମାକ୍ଷା ନଗର ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନ ର ୮ ଥାନ ଓ ବ୍ଲକର ୨୬ ଥାନ (ସମୁଦାୟ ୩୪ ଥାନ) ର ମୁଖିଆ ମାନଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ସ୍ବାଗତ ଜଣାଇଥିଲେ। ସମ୍ମାନିତ ଅତିଥି ଭାବେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଯୋଗଦେଇ ଅଭିଭାଷଣ ପ୍ରଦାନ କରି କହିଥିଲେ ଯେ,ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଦଳିତ ମାନଙ୍କ ସ୍ବାର୍ଥ ରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି ଓ ବିରୋଧୀ ଦଳ ଦଳିତ ଙ୍କୁ ନେଇ ରାଜନୀତି କରୁଛନ୍ତି । ଦଳିତ ସମାଜ ର ଦୁଇ ଜଣ ପ୍ରମୁଖ ମୁଖିଆ ରମେଶ ଚନ୍ଦ୍ର ମଲ୍ଲିକ ଓ ଗଙ୍ଗାଧର ମଲ୍ଲିକ ଙ୍କୁ ବିରୋଧୀ ଦଳ ପ୍ରଲୋଭନ ଦେଖାଇ ନେଇଯାଇଥିବା ବେଳେ ସେମାନେ ପୁନର୍ବାର ବିଜେଡି କୁ ପ୍ରତ୍ୟାବର୍ତ୍ତନ କରି ସ୍ୱାଭିମାନ ଓ ସୁରକ୍ଷା ପାଇଁ ସେମାନେ ବିଜେଡି କୁ ଫେରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ଦଳିତ ସମାଜ ର ସମର୍ଥନ ପରେ ବିଜେଡି ସ୍ଥିତି ମଜବୁତ ହୋଇଛି ବୋଲି ବ୍ଲକ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁ କହିବ ସହ ସମସ୍ତ ଥାନ ପତି ମାନଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *