ନିରାକାରପୁର,୨୭/୦୪/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଡିଆ ପଞ୍ଚାୟତ ବଡ଼ପାଟଣା ସାହିର ଲକ୍ଷ୍ମୀଧର ସାମନ୍ତରାୟ ନିଜ ବାଡ଼ି ରେ ଥିବା କୂଅରେ ପଶି ଅନ୍ୟ ଦୁଇ ଜଣ ଶ୍ରମିକଙ୍କ ସହିତ କୂଅ ଖୋଳୁଥିବା ବେଳେ ଅମ୍ଳଜାନ ଅଭାବରୁ ଅଚେତ ହୋଇ ପଡ଼ିଥିଲେ। ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଆସି କୂଅରୁ ଲକ୍ଷ୍ମୀଧର ଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଚାନ୍ଦପୁର ହସ୍ପିଟାଲରେ ଭର୍ତ୍ତି କରି ଥିବା ଜଣାପଡ଼ିଛି। ପ୍ରକାଶ ଥାଉ କି ଦିନ ୧୨ ଟା ବେଳେ ପ୍ରବଳ ଖରା ସମୟରେ ଲକ୍ଷ୍ମୀଧର ନିଜ କୂଅକୁ ଖୋଳିବା ପାଇଁ ଆଉ ଦୁଇ ଜଣଙ୍କ ସହିତ କୂଅ ମଧ୍ୟରେ ପଶିଥିଲେ।