ଭୁବନ ୧୫/୧୨/୨୦୨୫ (ଓଡ଼ିଶା ସମାଚାର)- ଭୁବନ ଅଞ୍ଚଳର ବରିଷ୍ଠ ବିଜେଡି ନେତା ପୂର୍ବତନ ବ୍ଲକ ବିଜେଡି ସଭାପତି,ଜିଲ୍ଲା ସମ୍ପାଦକ ତଥା ଆତ୍ମା କମିଟି ସଭାପତି ସୁଧାକର ସାହୁ ଙ୍କ ବାପା ଧ୍ରୁବ ଚରଣ ସାହୁ ୯୧ ବର୍ଷ ବୟସ ରେ ପରଲୋକ ଗମନ କରିଛନ୍ତି । ସ୍ବର୍ଗତ ଧ୍ରୁବ ଚରଣ ସାହୁ ବେଢ଼ାପାଳ ଗ୍ରାମ ମୂରବୀ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ଜୀବନ କାଳ ମଧ୍ୟରେ ସେ କେବେ ରୋଗ ଶଯ୍ୟାରେ ପଡ଼ି ନଥିଲେ କି ଡାକ୍ତର ପାଖକୁ ଯାଇ ନଥିଲେ । ୯୧ ବର୍ଷ ବୟସ ରେ ମଧ୍ୟ ସେ ଚଳ ଚଞ୍ଚଳ ଥିଲେ । ପ୍ରତିଦିନ ସକାଳେ ପାଦରେ ଚାଲିବା ସହ ଯୋଗ କରୁଥିଲେ ।
ଜଣେ ନ୍ୟାୟବନ୍ତ ଗାଁ ମୂରବୀ ଭାବେ ଜଣାଶୁଣା ସ୍ବର୍ଗତ ଧ୍ରୁବ ବାବୁ ଙ୍କ ବିୟୋଗରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,ବ୍ଲକ ବିଜେଡି ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ, ପୂର୍ବତନ ନଗରପାଳ ଶୁଭେନ୍ଦୁ କୁମାର ସାହୁ,ନଗର ବିଜେଡି ସଭାପତି ନରେନ୍ଦ୍ର କୁମାର ସାହୁ,ପୂର୍ବତନ ସାଂସଦ ମହେଶ ସାହୁ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ବର୍ଗତ ସାହୁ ଏକାଧାରରେ ଜଣେ ଧର୍ମ ପରାୟଣ,ପରୋପକାରୀ, ମେଳାପୀ,ସ୍ନେହୀ,ଦୟାଳୁ ବ୍ୟକ୍ତି ହୋଇଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
