କେନ୍ଦ୍ରାପଡା,୨୪/୦୭/୨୦୨୬ (ଓଡ଼ିଶା ସମାଚାର)- ଭିଜିଲାନ୍ସ ଜାଲରେ ଫସିଲେ ମହିଳା ଏଆରଆଇ । ଆଜି ଶୁକ୍ରବାର କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ କାଉପଡା ଏଆରଆଇ ସାଇଦର୍ଶିନୀ ଲେଙ୍କା ଏକ ଜମିର ମ୍ୟୁଟେସନ୍ ପାଇଁ ୫୫୦୦ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଏ ସମ୍ପର୍କରେ କଟକ ଭିଜିଲାନ୍ସ ପି.ଏସ କେଶ ନଂ ୨୭/୨୩ ଜୁଲାଇ ୨୦୨୬ ରେ ଏକ ମାମଲା ରୁଜୁ ହୋଇଥିଲା ।
ଅଭିଯୋଗକାରୀ ଦୁଇଜଣଙ୍କ ମାଲିକାନାରେ ଥିବା ଏକ ଜମି କିଛିବର୍ଷ ପୂର୍ବେ କିଣିଥିଲେ। ଗତ ମାସରେ ଜମିର ମ୍ୟୁଟେସନ ପାଇଁ ଆବେଦନ କରିଥିଲେ । ଏଥିପାଇଁ ଆରଆଇ ସାଇଦର୍ଶିନୀ ଲେଙ୍କା ୧୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ । ତେବେ ୫,୫୦୦ ଦେବା ବେଳେ ଆଗୁଆ ଖବର ପାଇଥିବା ଭିଜିଲାନ୍ସ ମାଡ଼ିବସିଥିଲା । ଶେଷ ଖବର ସୁଦ୍ଧା ଗରାପୁରସ୍ଥିତ ଭଡ଼ାଘର ସହ ଅନ୍ୟ ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଘଟଣାର ତଦନ୍ତ ଜାରି ରହିଛି।
