ଆସନ୍ତା ୨୭ରେ କଳାହାଣ୍ଡି ଆସିବେ ୫T ଅଧ୍ୟକ୍ଷ ଭିକେ ପାଣ୍ଡିଆନ

କଳାହାଣ୍ଡି, ୨୬/୦୪/୨୦୨୪ (ଓଡ଼ିଶା ସମାଚାର/ ରାକେଶ ବେମାଲ)- କଳାହାଣ୍ଡି ଜିଲ୍ଲା କୁ ଆସୁଛନ୍ତି ୫T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥି କେପଟେନ ଦିବ୍ୟଶଙ୍କର ମିଶ୍ର ପ୍ରେସ ମିଟ ରେ ସୂଚନା ଦେଇଛନ୍ତି । କେପଟେନ ମିଶ୍ର କହିଛନ୍ତି କି ୫T ଅଧ୍ୟକ୍ଷ ଆସନ୍ତା ୨୭ରେ କଳାହାଣ୍ଡି ନିର୍ବାଚନ ପ୍ରଚାରରେ ଆସିବେ । ସର୍ବ ପ୍ରଥମେ ସେ ଧର୍ମଗଡ଼ ର କୋତିମୁଣ୍ଡାରେ ୧୦ ଟା ୪୫ ରେ ପହଂଚିବେ । ପରେ ଜୁନାଗନ ନିର୍ବାଚନ ମଣ୍ଡଳୀର ଦଶପୁର ରେ ପହଂଚିବେ । ଦଶପୁର ପରେ ସେ ଲାଂଜିଗଡ଼ ରେ ପହଂଚିବେ । ଜୟପାଟଣା ଠାରେ ନିର୍ବାଚନ ସଭା ହେବ । ତା ପରେ ନର୍ଲା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ସଭାରେ ଯୋଗଦେବେ ।

 

Leave a Reply

Your email address will not be published. Required fields are marked *