ଗୁରୁଜୀଙ୍କ ନେତୃତ୍ୱରେ ଗୁରୁଗ୍ରାମ ରଥଯାତ୍ରା; କେନ୍ଦ୍ରମନ୍ତ୍ରୀ ଯୋଗଦେବେ

ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ବିରୋଧୀଦଳ ନେତାଙ୍କ ଶୁଭେଚ୍ଛା
ଭୁବନେଶ୍ୱର,୧୩/୦୭/୨୦୨୬(ଓଡ଼ିଶା ସମାଚାର)- ନୂଆଦିଲ୍ଲୀ ଉପକଣ୍ଠ ଗୁରୁଗ୍ରାମସ୍ଥିତ ‘ସାଇ କା ଆଙ୍ଗନ୍’ରେ ରଥଯାତ୍ରା ଉତ୍ସବ ଆୟୋଜନ ପାଇଁ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବିଶିଷ୍ଟ ଆଧଧ୍ୟାତ୍ମିକ ଚିନ୍ତକ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀଙ୍କ ପ୍ରେରଣା ଓ ମାର୍ଗଦର୍ଶନରେ ଏଠାରେ ଆରମ୍ଭ ହୋଇଥିବା ରଥଯାତ୍ରା ସ୍ଥାନୀୟ ଅଧିବାସୀ ତଥା ଦେଶ ବିଦେଶର ଅଗଣିତ ଅନୁଗାମୀଙ୍କ ପାଇଁ ଏବେ ଆକର୍ଷଣର କେନ୍ଦ୍ର ପାଲଟିଛି । ରଥଯାତ୍ରା ଉତ୍ସବ ଅବସରରେ ଓଡ଼ିଶାର ସଂସ୍କୃତି, କଳା ଓ ପରମ୍ପରାର ଉକôୃଷ୍ଟତା ପ୍ରଦର୍ଶନ ପୂର୍ବକ ପ୍ରକାର ପ୍ରକାର ଷ୍ଟଲ ସହ ବିବିଧ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ନୂଆଦିଲ୍ଲୀ ତଥା ଜାତୀୟ ରାଜଧାନୀ ପରିସର ଅଂଚଳ (ଏନସିଆର) ମଧ୍ୟରେ ଏଠାରେ ସର୍ବାଧିକ ଉଚ୍ଚତା ବିଶିଷ୍ଟ ରଥ ନିର୍ମିତ ହେଉଥିବା ଜଣାପଡ଼ିଛି । କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଚଳିତବର୍ଷ ଏହି ଉସôବରେ ଯୋଗଦେଉଥିବାବେଳେ ବହୁ ବିଶିଷ୍ଟ ଓ ଗଣ୍ୟମାନ୍ୟ ବ୍ୟକ୍ତି ଏହି ପବିତ୍ର ଅବକାଶରେ ସାମିଲ ହେଉଥିବା ସୂଚନା ମିଳିଛି ।
ମୁଖମନ୍ତ୍ରୀ ମୋହନ ଚରଣ ମାଝି ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀଙ୍କ ପ୍ରେରଣାରେ ଗୁରୁଗ୍ରାମରେ ରଥଯାତ୍ରା ଉତ୍ସବ ଆୟୋଜିତ ହେବା ଅତ୍ୟନ୍ତ ଆନନ୍ଦର ବିଷୟ ବୋଲି ଉଲ୍ଲେଖ କରିଛନ୍ତି । ସେ ଏକ ବାର୍ତା ପଠାଇ କହିଛନ୍ତି ଯେ ଓଡ଼ିଶା ବାହାରେ ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଭକ୍ତି, ଶାନ୍ତି ଓ ସଦଭାବର ସ୍ରୋତ ପ୍ରବାହିତ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ଅବସରରେ ଗୁରୁଗ୍ରାମର ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ସେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀଙ୍କ ଆଧ୍ୟାତ୍ମିକ ମାର୍ଗଦର୍ଶନରେ ‘ସାଇ କା ଆଙ୍ଗନ’ଠାରେ ଭକ୍ତି ଓ ଆନନ୍ଦ ଉଲ୍ଲାସର ବାତାବାରଣ ମଧ୍ୟରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ସାମ୍ୟ, ମୈତ୍ରୀ, ଆସ୍ଥା ଓ ନିଃସ୍ୱାର୍ଥପର ସେବାର ଏକ ଜ୍ଜ୍ୱଳନ୍ତ ଦୃଷ୍ଟାନ୍ତ ବୋଲି ମତ ପ୍ରକାଶ କରିଛନ୍ତି ।
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏକ ବାର୍ତାରେ ଗୁରୁଜୀ ଡ. ଶତପଥୀଙ୍କର ମାର୍ଗଦର୍ଶନରେ ହେଉଥିବା ଏହି ରଥଯାତ୍ରା ଉସôବ ସମସ୍ତଙ୍କ ଜୀବନରେ ଶାନ୍ତି, ସୁଖ ଓ ସମୃଦ୍ଧି ଆଣିଦେଉ ବୋଲି କାମନା କରିଛନ୍ତି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ତାଙ୍କର ଶୁଭେଚ୍ଛା ଜଣାଇ ଏକ ବାର୍ତା ପଠାଇଛନ୍ତି । ଭକ୍ତ ଓ ଭଗବାନଙ୍କର ମିଳନର ଏହି ପବିତ୍ର ଯାତ୍ରା ଗୁରୁଗ୍ରାମସ୍ଥିତ ‘ସାଇ କା ଆଙ୍ଗନ୍’ରେ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀଙ୍କ ତତ୍ୱାବଧାନରେ ଆୟୋଜିତ ହେଉଥିବା ଜାଣି ଅତ୍ୟନ୍ତ ଆନନ୍ଦିତ ବୋଲି ଉଲ୍ଲେଖ କରି ଏହି ଉସôବ ପ୍ରତ୍ୟେକଙ୍କ ଜୀବନରେ ସୁଖ, ଶାନ୍ତି ଓ ଦିବ୍ୟତାର ଆନନ୍ଦ ଭରିଦେଉ ବୋଲି କହିଛନ୍ତି ।
ରଥଯାତ୍ରା ଉସôବ ଅବସରରେ ଓଡ଼ିଶାର ପାରମ୍ପରିକ କଳା, ସଂଗୀତ ଓ ନୃତ୍ୟର ପ୍ରଦର୍ଶନ ସହିତ ଓଡ଼ିଶାର ମହାନ୍‍ ଐତିହ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଗୁରୁଜୀଙ୍କ ମାର୍ଗଦର୍ଶନରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଓଡ଼ିଶାର ସୂପକାରମାନଙ୍କ ଦ୍ୱାରା ପ୍ରସ୍ତୁତ ପ୍ରସାଦ ସମସ୍ତଙ୍କ ମଧ୍ୟରେ ବିତରଣ କରିବା ପାଇଁ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *