ବ୍ଳକ ସ୍ତରୀୟ ପ୍ରଧାନ ଶିକ୍ଷକ ଙ୍କ ବୈଠକ।

                               ଛାତ୍ର ଛାତ୍ରୀ ନିଜର ପରିବାର ସଦସ୍ୟ ଙ୍କୁ ନିର୍ବାଚନ ରେ ଭୋଟଦାନ କରିବା ପାଇଁ ସଚେତନ କରାଇବେ।

ଖୋର୍ଦ୍ଧା, ୨୩/୦୪/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦେଶ କ୍ରମେ ଟାଙ୍ଗୀ ବଳରାମ ଦେବ ବିଦ୍ୟାପୀଠ ଠାରେ ବ୍ଳକ ସ୍ତରୀୟ ପ୍ରଧାନ ଶିକ୍ଷକ ଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରବିନ୍ଦ୍ର କୁମାର ସାହୁ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଧାଂଶୁ ମଞ୍ଚରୀ ଦେବୀ, ସାବିତ୍ରୀ ସାହୁ, ବ୍ଳକ ମଙ୍ଗଳ ଅଧିକାରୀ ବିରଞ୍ଚି ନାରାୟଣ ଜେନା, ପ୍ରଧାନ ଶିକ୍ଷକ ବିଶ୍ବଜିତ ପଲାଇ ପ୍ରମୁଖ ଯୋଗ ଦେଇ ଥିଲେ। ପ୍ରତ୍ୟେକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସେମାନଙ୍କର ଛାତ୍ର ଛାତ୍ରୀ ମାନେ ନିଜର ପରିବାର ବର୍ଗଙ୍କୁ ଭୋଟଦାନ ପ୍ରକ୍ରିୟା ରେ ସାମିଲ ହେବା ପାଇଁ ସଚେତନ କରିବାକୁ ପ୍ରବର୍ତ୍ତାଇବେ ଓ ବାହାରେ ରହୁଥିବା ଭାଇ ଭଉଣୀ,ବାପା, ବନ୍ଧୁ ପରିଜନ ମାନଙ୍କ ପାଖକୁ ପୋଷ୍ଟକାର୍ଡ ମାଧ୍ୟମରେ ଭୋଟଦାନ ରେ ଭାଗ ନେବାପାଇଁ ଅନୁରୋଧ କରିବେ। ଗ୍ରୀଷ୍ମ କାଳୀନ ଛୁଟି ରେ ଛାତ୍ର ଛାତ୍ରୀ ମାନଙ୍କ ହୋମ୍ ଓ୍ବାର୍କ, ଗଣତନ୍ତ୍ର ର ମୂଖ୍ୟ ପର୍ବ ଭୋଟଦାନ ପ୍ରକ୍ରିୟା ସଂପର୍କ ରେ ରଚନା ଲେଖିବା,ଆଭାସୀ ମାଧ୍ୟମରେ ପାଠ ପଢିବା, ଶିକ୍ଷକ ମାନଙ୍କର ରୋଷ୍ଟର ଡ୍ୟୁଟି,ବୁଥ ହୋଇଥିବା କେନ୍ଦ୍ର ଗୁଡ଼ିକରେ ଉପସ୍ଥିତ ରହି ପୋଲିଂ ଅଧିକାରୀ ମାନଙ୍କୁ ସମସ୍ତ ସହଯୋଗ କରିବା ସଂପର୍କ ରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଟାଙ୍ଗୀ ବ୍ଲକ ର ୨୫ଟି ଉଚ୍ଚ ବିଦ୍ୟାଳୟ, ୩୨ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୭୫ଟି ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଆଦର୍ଶ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ଥିଲେ।

Leave a Reply

Your email address will not be published. Required fields are marked *