ନିରାକାରପୁର,୨୨/୦୪/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଗଞ୍ଜେଇ ଚୋରା ଚାଲାଣ ବେଳେ ଚଢ଼ାଉ କରି ଗାଡି ସହିତ ଲକ୍ଷାଧିକ ଟଙ୍କା ର ଗଞ୍ଜେଇ ଜବତ କରିଥିବାବେଳେ ଗାଡ଼ିକୁ ପାଇଲଟିଂ କରି ପାସ କରୁଥିବା ଦୁଇ ଜଣ ବ୍ୟକ୍ତି ଙ୍କୁ ଅଟକ ରଖିଥିବା ପୋଲିସ ସୂତ୍ରରୁ ଜଣାପଡିଛି। ସୂଚନାଯୋଗ୍ୟ କି ରବିବାର ରାତି ୯ ଟା ରେ ଏକ ଡଷ୍ଟର ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା କୌଣସି ସୂତ୍ରରୁ ନିରାକାରପୁର ପୋଲିସ ଖବର ପାଇ ଆଇଆଇସି ବିଶ୍ୱଜିତ୍ ରାଉତରାୟ
ଙ୍କ ନିର୍ଦ୍ଦେଶରେ ଏସ ଆଇ ଦିପାଲୀସା ନାୟକ ସଦଳବଳେ ଲେଣ୍ଡୁ ଛକ ନିକଟରେ ଅଟକାଇ ଗାଡ଼ିକୁ ଜବତ୍ କରିବା ସହିତ ପୁରୀ ଜିଲ୍ଲା କଣାସ ବ୍ଲକ ଅଞ୍ଚଳ ର ଦୁଇଜଣ ଗାଡି ପାସ କରୁଥିବା ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି। ଗାଡିରୁ ୩ ଟି ବଡ ବଡ ବ୍ୟାଗ ଭର୍ତି ଗଞ୍ଜେଇ ଜବତ ହୋଇଛି। ଏହାର ମୂଲ୍ୟ ପ୍ରାୟ ଦୁଇ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।ଗଞ୍ଜେଇ ବ୍ରହ୍ମପୁର ଆଡୁ ପୁରୀକୁ ଯାଉଥିବା ଜଣାପଡ଼ିଥିବା ବେଳେ ପ୍ରକୃତରେ କେଉଁ ଠାରୁ ଆସି କେଉଁ ଆଡେ ଯାଉଥିଲା। ଏହାର ପଛରେ କେଉଁ ମାନେ ଅଛନ୍ତି ସେ ବିଷୟରେ ପୋଲିସ ତଦନ୍ତ ଜାରି ରଖିଛି। ତଦନ୍ତ ପରେ ସବୁ କିଛି ଜଣାପଡ଼ିବ ବୋଲି ପୋଲିସ ପ୍ରକାଶ କରିଛି।