ଜିଲ୍ଲା ଗଭର୍ଣ୍ଣର ଙ୍କର ରୋଟାରୀ କ୍ଲବ ଭୁବନେଶ୍ବର ମେଟ୍ରୋ ପରିଦର୍ଶନ ।

ଭୁବନେଶ୍ୱର, ୨୧/୦୪/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୁବନେଶ୍ବର ସ୍ଥିତ ହୋଟେଲ କେଶରୀ ସଭା ଗୃହରେ ରୋଟାରୀ କ୍ଲବ ଭୁବନେଶ୍ବର ମେଟ୍ରୋ ର ସମସ୍ତ କର୍ମକର୍ତ୍ତା ଓ ଜିଲ୍ଲା ଗଭର୍ଣ୍ଣର ଶ୍ରୀମତୀ ଜୟଶ୍ରୀ ମହାନ୍ତି ଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଗଭର୍ଣ୍ଣର ଶ୍ରୀମତୀ ମହାନ୍ତି ଆସିଷ୍ଟାଣ୍ଟ ଗଭର୍ଣ୍ଣର ବିଜୟ ଦାସ ଦାସ ମହାପାତ୍ର ଆସିଷ୍ଟାଣ୍ଟ ଗଭର୍ଣ୍ଣର, ଭୁବନେଶ୍ବର ରୋଟାରୀ କ୍ଲବ ମେଟ୍ରୋ ର ପ୍ରେସିଡେଣ୍ଟ ରସା ନନ୍ଦ ରାଉତ, ତନ୍ମୟ ମହାନ୍ତି ଏବଂ ଭୁବନେଶ୍ବର ମେଟ୍ରୋ କ୍ଲବ ର ସେକ୍ରେଟାରୀ ଉପସ୍ଥିତ ଥିଲେ ।ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରାଯାଇ ସଭା କାର୍ୟ୍ୟ ଆରମ୍ଭ କରାଯାଇଥିଲା ।ସେକ୍ରେଟାରୀ ବିବରଣୀ ପାଠ କରିଥିଲେ ଓ ପ୍ରେସିଡେଣ୍ଟ ଶ୍ରୀଯୁକ୍ତ ରାଉତ ବର୍ଷକ ମଧ୍ୟରେ ହୋଇଥିବା ସମସ୍ତ କାର୍ୟ୍ୟ ର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ବିଭିନ୍ନ କାର୍ୟ୍ୟ ଏପରି କି ସ୍କୁଲ ମାନଙ୍କରେ ହୋଇଥିବା ଗୃହ ନିର୍ମାଣ ଥଣ୍ଡା ପାନୀୟ ବ୍ୟବସ୍ଥା ଓ ସ୍କୁଲ ର ଉନ୍ନତି କରଣ ପାଇଁ ବିଭିନ୍ନ କାର୍ୟ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ଭୁବନେଶ୍ବର ନିକଟବର୍ତ୍ତୀ ବାଲିପାଟଣା ବ୍ଳକ ରାଜସ ପଞ୍ଚାୟତ ସେଉଲକୁଣ୍ଡ ଗ୍ରାମ ରେ ଏକ ପୁଷ୍କରିଣୀ କୁ ପୁନରୁଦ୍ଧାର କରାଯାଇ ସେଥିରେ ମାଛ ଚାଷ କରିବା, ଏବଂ ମେଘା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ କରି ପାଖାପାଖି ଗ୍ରାମର ଲୋକମାନଙ୍କୁ ଔଷଧ ବଣ୍ଟନ କରିବା ସହିତ ଚକ୍ଷୁ ଚିକିତ୍ସା କେନ୍ଦ୍ର ମଧ୍ୟ କରାଯାଇଥିଲା ।ଏହିପରି ବହୁ ଉନ୍ନୟନ ମୂଳକ କାମ କରୁଥିବା ବର୍ଣ୍ଣନା କରାଯାଇଥିଲା ।ବିଭିନ୍ନ ସ୍କୁଲ କୁ ନେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ।ସେମାନଙ୍କୁ ମଧ୍ୟ ଟ୍ରଫି ପ୍ରଦାନ କରାଯାଇଥିଲା ।ସେହିପରି ଯଦୁପୁର ଏସ୍ ଏମ୍ ଅଲ୍ଲୀ ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ଙ୍କୁ ସମ୍ମାନିତ କରିବା ସହିତ ସେଉଲ କୁଣ୍ଡ ଗ୍ରାମ ର ଉଦୀୟମାନ ଯୁବକ ଚକ୍ରଧର ଦାସ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଜିଲ୍ଲା ଗଭର୍ଣ୍ଣର ଶ୍ରୀମତୀ ଜୟଶ୍ରୀ ମହାନ୍ତି ତାଙ୍କ ଅଭିଭାଷଣରେ ମେଟ୍ରୋ ଭୁବନେଶ୍ବର ରୋଟାରୀ କ୍ଲବର ଉନ୍ନୟନ କାମ ର ସମୀକ୍ଷା କରିବା ସହିତ ଭୁବନେଶ୍ବର ମେଟ୍ରୋ କ୍ଲବ ର ପ୍ରେସିଡେଣ୍ଟ ଓ ସମସ୍ତ ସଭ୍ୟ ମାନଙ୍କୁ ପ୍ରସଂସା କରିଥିଲେ ଏବଂ ଭବିଷ୍ୟତ ରେ ଏହି ପରି ଭଲ ଭଲ କାମ କରି ବା ପାଇଁ ଉତ୍ସାହିତ କରିଥିଲେ ।

Leave a Reply

Your email address will not be published. Required fields are marked *