ବାପାଙ୍କ ଅନ୍ତ୍ୟେଷ୍ଟିରେ ଯୋଗଦେବା ପାଇଁ ଜେଲରୁ ବାହାରିବେ ଡି ବ୍ରଦର୍ସ

କଟକ,୨୦/୦୪/୨୦୨୪ (ଓଡ଼ିଶା ସମାଚାର)- ବାପାଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବାକୁ ଜେଲରୁ ଆସିପାରନ୍ତି ଦୁଇ ଧଳସାମନ୍ତ ବଦର୍ସ । ଶୁକ୍ରବାର ରାତିରେ ଧଳସାମନ୍ତ ଭ୍ରାତାଙ୍କ ବାପାଙ୍କର ମୃତୁ୍ୟ ହୋଇଯାଇଛି । ବାପାଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବା ପାଇଁ ଆଜି ଅଦାଲତରେ ଦୁଇ ଭାଇ ଆବେଦନ କରିଛନ୍ତି । ଯଦି ଅନୁମତି ମିଳେ ତେବେ ଦୁଇ ଭାଇ ବାପାଙ୍କ ଅନ୍ତ୍ୟେଷ୍ଟିରେ ସାମିଲ ହୋଇପାରନ୍ତି । ଗତ ୨୦୧୬ ଜାନୁଆରୀ ୨୯ ତାରିଖରୁ ଡି ବ୍ରଦର୍ସ ଜେଲରେ ଅଛନ୍ତି । ସୁଶାନ୍ତ ବଲାଙ୍ଗୀର ଜେଲରେ ଓ ସୁଶୀଲ ବାଲେଶ୍ୱର ଜେଲରେ ରହିଛନ୍ତି । ଅନେକ ଅପରାଧିକ ମାମଲା ସହ ହତ୍ୟା, ବେଆଇନ ମାରଣାସ୍ତ୍ର ରଖିବା, ଦାଦା ବଟି ଆଦାୟ ମାମଲାରେ ଗିରଫ ହୋଇ ଦୁଇ ଭାଇ ଜେଲରେ ଅଛନ୍ତି ।

Leave a Reply

Your email address will not be published. Required fields are marked *