ନିରାକାରପୁର, ୧୧/୦୩/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନରଣଗଡ , ଧଉଳିମୁଂହ ଓ ନିଜଗଡ ତାପଙ୍ଗ ର ୧୫ ରାଜସ୍ବ ମୌଜା ବାସିନ୍ଦା ମାନେ ଦୀର୍ଘ ବର୍ଷ ହେବ ଘରଦ୍ୱାର କରି ରହି ଆସୁଥିଲେ ବି ସେମାନଙ୍କ ପଟ୍ଟା ରେ ସେମାନେ ପ୍ରଜା ଥିବାବେଳେ ଶ୍ରୀ ଜଗନ୍ନାଥ ଙ୍କ ନାମ ଉଲ୍ଲେଖ ରହିଛି। ଫଳରେ ସେମାନଙ୍କୁ କୌଣସି ସରକାରୀ ସୁବିଧା ଉପଲବ୍ଧ ହେଉନାହିଁ। ପୂର୍ବରୁ ଉକ୍ତ ପଟ୍ଟା ମାଧ୍ୟମରେ ଲୋକେ ସରକାରଙ୍କ ଆବାସ ଯୋଜନାରେ ଗୃହ ନିର୍ମାଣର ସୁଯୋଗ ପାଇଥିଲେ। କିନ୍ତୁ ୨୦୧୬ ମସିହା ପରଠାରୁ ଶ୍ରୀ ଜଗନ୍ନାଥ ପ୍ରଶାସନର ବାରଣ ଯୋଗୁ ଏଥିରୁ ବି ହିତାଧୀକାରୀ ଏବେ ବଞ୍ଚିତ ହେଉଛନ୍ତି। ତେଣୁ ନରଣଗଡ ଭିଟାମାଟି ବଞ୍ଚାଓ ସଂଗ୍ରାମ ସମିତି ରେକର୍ଡ ସଂଶୋଧନ କରି ଓଡ଼ିଶା ସରକାରଙ୍କ ଅଧୀନ କୁ ଆଣିବାକୁ ବାରମ୍ବାର ଦାବି,ଧାରଣା ଦିଆଯାଇଥିଲେ ବି କୌଣସି ସୁଫଳ ମିଳିନାହିଁ। ଯାହା ଫଳରେ ଆଜି ନରଣଗଡ ଭିଟାମାଟି ବଞ୍ଚାଓ ସଂଗ୍ରାମ ସମିତି ସଭାପତି ଗୋଦାବରୀଶ ଗୁମାନସିଂହଙ୍କ ସଭାପତିତ୍ବରେ ତୁରନ୍ତ ରେକର୍ଡ ସଂଶୋଧନ କରିବା ଦାବିରେ ଆଜି ସକାଳୁ ହାଡପଦା ଫୁଲଦୋଳ ପଡିଆରେ ଏକଜୁଟ ହୋଇ ଭୋଗପୁର କୁଣ୍ଡାକୁଣ୍ଡି ପାହାଡ଼ ଖନନ କାର୍ଯ୍ୟ କରୁଥିବା ଓଡ଼ିଶା ଖଣି ନିଗମ ରାସ୍ତା ସମ୍ମୁଖରେ ଧାରଣାରେ ବସି ରହିଥିଲେ। ପରେ ସାଢ଼େ ୧ଟା ବେଳକୁ ଖୋରଧା ଉପଜିଲ୍ଲପାଳ ଦିପ୍ତିରଞ୍ଜନ ସେଠୀ, ଏସ ଡି ପି ଓ ଦିଲ୍ଲୀପ କୁମାର ଦାସ ଘଟଣାସ୍ଥଳରେ ପହଂଚି ଧାରଣାରତ ଲୋକଙ୍କୁ ବୁଝାସୁଝା କରିବା ସହିତ ମଙ୍ଗଳବାର ଦିନ ଭିଟାମାଟି ବଞ୍ଚାଓ ସଂଗ୍ରାମ ସମିତି ର ଏକ୫ ଜଣିଆ ଟିମ୍ ସହିତ ଉପଜିଲ୍ଲାପାଳ ନିଜେ ଅତିରିକ୍ତ ରାଜସ୍ବ ସଚିବଙ୍କୁ ଭେଟି ଆଲୋଚନା କରିବାର ପ୍ରତିଶୃତି ଦେବାପରେ ଧାରଣ ହଟିଥିଲା। ଏହି ଧାରଣା ସ୍ଥକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସମିତି ସଭ୍ୟ ଅମରେନ୍ଦ୍ର ବାଲିଆସିଂହ,ପୂର୍ବତନ ସରପଂଚ ବୈକୁଣ୍ଠ ନାଥ ମାର୍ଥା, ପୂର୍ବତନ ସରପଂଚ କାଳୁ ଚରଣ ବଳିଆରସିଂହ , ଶରତ ଚନ୍ଦ୍ର ତ୍ରିପାଠୀ, ଦେବୀ ରଞ୍ଜନ ରାଉତରାୟ, କାର୍ତ୍ତିକ ପ୍ରଧାନ, ରଘୁନାଥ ଶ୍ରୀଚନ୍ଦନ, ବିଜୟ କୁମାର ପାଇକରାୟ, ସନ୍ତୋଷ ମିଶ୍ର, ଧନେଶ୍ଵର ଜେନା, ଝୁଲ ବଳବନ୍ତରାୟ,ବାଳକୃଷ୍ଣ ହରିଚନ୍ଦନ ଓ ସନ୍ତୋଷ ଜଗଦେବଙ୍କ ସମେତ ୫୦୦ ରୁ ଅଧିକ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ଜଂକିଆ ଥାନା ଆଇଆଇସି ପ୍ରଜ୍ଞା ରିତମ୍ଭରା କରଙ୍କ ନେତୃତ୍ୱରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ମୁତୟନ ଥିଲେ।