ଉଗ୍ରତାତାଙ୍କ  ଦାନ ହୁଣ୍ଡିରୁ ୯ ଲକ୍ଷ ୬୮ ହଜାର ୧୪୭ ଟଙ୍କା ବାହାରିଲା

 ନିରାକାରପୁର,୧୦/୬/୨୦୨୪ (ଓଡ଼ିଶା ସମାଚାର)- ଓଡ଼ିଆ ଗଣ ପର୍ବ ରଜ ଯାତ୍ରା ପୂର୍ବରୁ ଓଡିଶା ର ପ୍ରସିଦ୍ଧ ତନ୍ତ୍ର ପୀଠ ମା ଉଗ୍ରତାରା ଦେବୀଙ୍କ ମନ୍ଦିର ର ଦାନ ହୁଣ୍ଡୀ ଆଜି ଖୋଲା ଯାଇଛି।ଦାନ ହୁଣ୍ଡୀ ଖୋଲା ଯାଇ ମନ୍ଦିର କାର୍ଯ୍ୟାଳୟ ପରିସର ରେ ଭକ୍ତ ଙ୍କର ଦାନ ଟଙ୍କା ଗଣତି କରାଯାଇଥିଲା।ଗଣତି ଶେଷ ପରେ  ଦାନ ହୁଣ୍ଡିରୁ ୯ ଲକ୍ଷ ୬୮ ହଜାର ୧୪୭ ଟଙ୍କା ମିଲିଥିବା ଜଣା ପଡିଛି।ଦାନ ହୁଣ୍ଡିରୁ ମିଳିଥିବା ଭକ୍ତ ଙ୍କର ଦାନ ଅର୍ଥ ରାଶିକୁ ସ୍ଥାନିୟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ରେ ଜମା କରାଯିବ ବୋଲି ଜଣାପଡିଛି।  ଟାଙ୍ଗୀ ତହସିଲଦାର ମିତାଲି ପାତ୍ର,ବିଡ଼ିଓ ରେସ୍ମା ଟେଟେ,ଟାଙ୍ଗୀ. ଥାନା ଆଇ ଆଇ ସି. ସୁଶାନ୍ତ କୁମାର ବେହେରା,ମନ୍ଦିର ଟ୍ରଷ୍ଟି ର କୁମର ପାତ୍ର,ସୁବତ କୁମାର ସାମନ୍ତରାୟ ଓ ସରପଞ୍ଚ କିଶୋର କୁମାର ରାଉତରାୟ. ଙ୍କ   ସମେତ  ବହୁ ସ୍ଵେଛା ସେଵୀ ,  ମହିଳା ସ୍ଵଂୟ ସହାୟକ ମହିଳା   ଓ କର୍ମକର୍ତ୍ତା ଙ୍କ ଉପସ୍ଥିତ ରେ ଗଣତି କରାଯାଇଥିଲା।

Leave a Reply

Your email address will not be published. Required fields are marked *