ଭୈଷଜିକ (ଫ।ର୍ମାସିଷ୍ଟ) ଓ ପ୍ରୟୋଗଶାଳା ପ୍ରଜୋଜକ (ଲାବୋରଟୋରି ଟେକନିସିଆନ) ମାନଙ୍କ ନିମନ୍ତେ ଏକ ଦ୍ଵିଦିବସୀୟ  ତାଲିମ କର୍ମଶାଳା ରାଜ୍ୟ  ଶ୍ରମ ସଂସ୍ଥାନରେ  ଉଦଘାଟିତ

ଭୁବନେଶ୍ୱର, ୧୯/୦୪/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ୱାରା ରାଜ୍ୟରେ ଅବସ୍ଥାପିତ କର୍ମଚାରୀ ରାଜ୍ୟ ବୀମା ଯୋଜନା ଡାକ୍ତରଖାନା ମାନଙ୍କରେ କାର୍ଯ୍ୟ କରୁଥିବା ଭୈଷଜିକ (ଫ।ର୍ମାସିଷ୍ଟ) ଓ ପ୍ରୟୋଗଶାଳା ପ୍ରଜୋଜକ (ଲାବୋରଟୋରି ଟେକନିସିଆନ) ମାନଙ୍କ ନିମନ୍ତେ ଏକ ଦ୍ଵିଦିବସୀୟ ତାଲିମ କର୍ମଶାଳା ରାଜ୍ୟ  ଶ୍ରମ ସଂସ୍ଥାନରେ  ଉଦଘାଟିତ ହୋଇଯାଇଛି । ଏହି କର୍ମଶାଳା ଦୁଇ ଦିନ ଧରି ଚାଲିବ ।  ଏହି ତାଲିମ କର୍ମଶାଳାର ପ୍ରଥମ ଦିବସର ଉଦଘ।ଟନୀ ଉତ୍ସବକୁ ମୁଖ୍ୟ ଅତିଥି ଭାବେ ସଂସ୍ଥାନ ଉପାଧ୍ୟକ୍ଷ ଏବଂ ଶ୍ରମ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀଯୁକ୍ତ ଆର.ଏସ୍ ଗୋପାଳନ ଭା.ପ୍ର.ସେ. ଉଦଘାଟନ କରିଥିଲେ । ଶ୍ରୀ ଅଶୋକ କୁମାର ପଣ୍ଡା, ଶ୍ରମ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ,  କର୍ମଚାରୀ ରାଜ୍ୟ ବୀମା ଯୋଜନା, ଓଡ଼ିଶା ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ସଂସ୍ଥାନ ନିର୍ଦ୍ଦେଶକ ତଥା ଶ୍ରମ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ନୀତି ରଂଜନ ସେନ୍ କର୍ମଶାଳ।କୁ ସଂଚାଳନ କରିଥିଲେ । ଡାକ୍ତର ଜଗତ ଜୀବନ ପତି, ଯୁଗ୍ମ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କର୍ମଶାଳାରେ ସମୁଦାୟ ୩୬ ଜଣ  ଭୈଷଜିକ (ଫ।ର୍ମାସିଷ୍ଟ) ଓ ପ୍ରୟୋଗଶାଳା ପ୍ରଜୋଜକ (ଲାବୋରଟୋରି ଟେକନିସିଆନ) ଯୋଗଦାନ କରିଛନ୍ତି । ଆସନ୍ତା କାଲି ଏହି କର୍ମଶାଳାର ଅନ୍ତିମ ଦିବସ ।

Leave a Reply

Your email address will not be published. Required fields are marked *