ମହାନଦୀରେ ଯାତ୍ରୀବାହୀ ଦଙ୍ଗା ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୭ ନିଖୋଜ

ଝାରସୁଗୁଡା, ୧୯/୦୪/୨୦୨୪ (ଓଡ଼ିଶା ସମାଚାର)-  ଝାରସୁଗୁଡା ଜିଲ୍ଲା ଲଖନପାଲି ବ୍ଲକ ହୀରାକୁଦ ଡ୍ୟାମର ଶରଧାପାଲି ଗାଁ ନିକଟରେ ମହାନଦୀରେ ଏକ ଯାତ୍ରୀବାହୀ ଦଙ୍ଗା ଓଲଟି ପଡିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୭ ଜଣ ନିଖେଜ ଥିବା  ସୂଚନା ମିଳିଛି। ମୃତକ ଜଣେ ମହିଳା । ଡଙ୍ଗାରେ ପ୍ରାୟ ୫୦ଜଣ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଏବଂ ୭ଜଣ ନିଖୋଜ ଅଛନ୍ତି। ୪୦ରୁ ଅଧିକ ଲୋକଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଛନ୍ତି । ଡଙ୍ଗାରେ ଅନେକ ମହିଳା ଏବଂ ଶିଶୁ ମଧ୍ୟ ଥିଲେ । ସମସ୍ତ ନିଖୋଜ ମାନେ ବରଗଡ଼ ବାଞ୍ଜିପାଲି ଅଞ୍ଚଳର ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ଓଡ୍ରାଫ ଓ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାରକାର୍ୟ୍ୟ ଜାରି ରହିଛି ।

Leave a Reply

Your email address will not be published. Required fields are marked *