ଡ଼ମଣଭୂମିରେ ହାତୀ ଆତଙ୍କ:  ମା ,ନାତି ମୃତ ଓ ଝିଅ ଗୁରୁତର 

ନିରାକାରପୁର, ୨୫/୭/୨୦୨୪ (ଓଡ଼ିଶା ସମାଚାର)-ଆଜି ରାତି ସାଢ଼େ ୮ ଟା ରାତିରେ ଖୋର୍ଦ୍ଧା ଜିଲ୍ଲା ଓଳସିଂହ ପଞ୍ଚାୟତ ଡ଼ମଣଭୂମି ଗ୍ରାମ ଆଦିବାସୀ ସାହି ରେ ହାତୀ ଆକ୍ରମଣରେ ଜଣେ ମା ମୃତ୍ୟୁବରଣ କରିଥିବା ବେଳେ ଝିଅର ଗୋଡ଼ ଭାଙ୍ଗିଯାଇଛି। ଆଉ ମୃତ ମହିଳାଙ୍କ  ‌ନାତି ଗୁରୁତର ହୋଇ ପଡ଼ିଥବା ଜଣାପଡିଛି। ସୂଚନାଯୋଗ୍ୟ କି ଆଜି ରାତି ସାଢ଼େ ଆଠଟା ରେ ଖାଦ୍ୟ ଖାଇ ସାରି ଡ଼ମଣଭୂମି ଆଦିବାସୀ ସାହିର ପ୍ରମୋଦ ପାତ୍ର ଙ୍କ ପତ୍ନୀ ରିନା ପାତ୍ର ନିଜ ୪ ବର୍ଷ ର ଝିଅ ଗେଲି କୁ ଧରି ବାଡି ପଟକୁ ବାସନ ମାଜିବାକୁ ଯାଇ ଯାଇ ଥିବାବେଳେ ହଠାତ୍ ଏକ ହାତୀ ଆସି ରିନା ଙ୍କୁ ଆକ୍ରମଣ କରିଥଲା । ଏତିକି ବେଳେ ଝିଅ ହାତ ରୁ ଖସି ପଡ଼ିବାରୁ ତାର ଗୋଡ ହାତୀ ଆକ୍ରମଣରେ ବି ଭାଙ୍ଗି ଯାଇଛି। ପରେ ଦୁଇ ଟି ବାଡି ଛାଡ଼ି ରିନା ଙ୍କ ପୁତୁରା ଚଣ୍ଡ ପାତ୍ର ଙ୍କ ବାଡି ନିକଟରେ ଛିଡ଼ା ହୋଇଥିବା ତାଙ୍କ ପୁଅ ବିଶ୍ୱଜିତ୍ ପାତ୍ର (୫) କୁ ଟେକି ଫୋପାଡି ଦେଇ ଥିବାରୁ ସେ ଗୁରୁତର ହୋଇ ପଡ଼ିଛି । ମୃତ ରିନା ଙ୍କୁ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ତାଙ୍କ ଝିଅକୁ ଚିକିତ୍ସା କରାଯାଉଛି। ବିଶ୍ୱଜିତ୍ କୁ ଖୋର୍ଦ୍ଧା ରୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସ ନିଆଯାଇ ଚିକିତ୍ସା ହେଲାବେଳେ ମୃତ୍ୟୁ ଘଟିଛି।

 ଏଣେ ଜଣେ ବନ କର୍ମଚାରୀଙ୍କ ଉତ୍ୟକ୍ତ ଲୋକମାନେ ଅଟକ ରଖି ଥିବା ସୂଚନା ମିଳିଛି। ୧୬ ଜାତୀୟ ରାଜପଥ ଗୟ।ବନ୍ଧ ଛକରେ ଅବରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *