ମାଙ୍କଡ଼ା ପଥର ବୋଝେଇ ଟ୍ରକ ଜବତ: ଡ଼୍ରାଇଭର ଗିରଫ

ନିରାକାରପୁର, ୧୮/୦୪/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ନୂଆ ଜଗନ୍ନାଥ ସଡ଼କ ନିକଟ ମାଲୁଣୀ ପୋଖରୀ ପାଖରୁ ନିରାକାରପୁର ପୋଲିସ ଗୋଟିଏ ମାଙ୍କଡ଼ା ପଥର ବୋଝେଇ ଟ୍ରକ ଜବତ କରିବା ସହିତ ଡ଼୍ରାଇଭରକୁ ଗିରଫକରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ କି ଗୋଟିଏ ମାଙ୍କଡ଼ା ପଥର ବୋଝେଇ ଟ୍ରକ ନଂ ଓଆର ୦୨ ଏୱାଇ ୩୯୭୫ ଜଗନ୍ନାଥ ସଡ଼କ ରେ ଆସୁଥିବାବେଳେ ଆଇଆଇସି ବିଶ୍ୱଜିତ ରାଉତରାୟଙ୍କ ନିର୍ଦ୍ଦେଶରେ ପଇଁତରା ମାରୁଥିବା ପୋଲିସ ଗାଡ଼ିକୁ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ। ପଥର ଚୋରା ଚାଲାଣ ହେଉଥିବାରୁ ଗାଡ଼ିକୁ ଜବତ କରି ଆଜି ଗାଡି ଡ଼୍ରାଇଭର ବନମାଳୀ ଦାଶ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏସ ଆଇ ଅରବିନ୍ଦ ରାଉଳ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *