ନିରାକାରପୁର, ୧୮/୦୪/୨୦୨୪ (ଓଡ଼ିଶା ସମାଚାର)-ଅସହ୍ୟ ଗ୍ରୀଷ୍ମ ପ୍ରବାହ ସହିତ ତାତି ବଢୁଥିବା ବେଳେ ବହୁ ଜାଗାରେ ଜଙ୍ଗଲରେ ନିଆଁ ଲାଗି ହୁ ହୁ ହୋଇ ଜଳୁଥିବା ର ଦୃଶ୍ୟ ଦେଖିବାକୁ ମିଳୁଛି। ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଦୁଇଟି ସ୍ଥାନରେ ନିଆଁ ଲାଗି ପ୍ରାୟେ ୩୦ ଏକରରୁ ଅଧିକ ଜଙ୍ଗଲ ପୋଡିଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ କି ଜଙ୍ଗଲ ମଧ୍ୟରେ ୩୩ କେଭି ବିଦ୍ୟୁତ୍ ତାର ଯାଇଥିବାବେଳେ ଆଜି ଦିନ ବେଳା ପ୍ରଥମେ କମାଗୁରୁ ଆକାସିଆ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟି ନିଆଁ ଦୃତଗତିରେ ବ୍ୟାପି ଯାଇଥିଲା। ଖବର ପାଇ ଟାଙ୍ଗୀ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁ କୁ ଆୟତ କରିଥିଲେ। ତଥାପି ଏହି ଅଗ୍ନିକାଣ୍ଡରେ ପ୍ରାୟ ପାଖାପାଖି ଏକର ଜଙ୍ଗଲ ପଟାସିଆ ଗଛ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି।
ସେହିପରି ଦିନ ୧୨ ଟା ବେଳେ ଡମଣଭୂମି ପଟାଖାଲ ଟାଙ୍ଗୀ ସାହି ଜଙ୍ଗଲରେ ଅଗ୍ନିକାଣ୍ଡ ଘଟି ନିଆଁ ସଙ୍ଗେ ସଙ୍ଗେ ବ୍ୟାପି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ଗ୍ରାମର ଲୋକନାଥ ଭୋଳ, ଗଦାଧର ଭୋଳ, କପିଳ ଭୋଳ, ରାଧାକାନ୍ତ ଭୋଳ, ନବକିଶୋର ଭୋଳ ଓ ତାଙ୍କ ଭାଇ ମାନଙ୍କର, ଦାମୋଦର ଭୋଳ, ଜମ୍ବେଶ୍ଵର ଭୋଳ, ରାଘବ ଭୋଳ, ନିରଞ୍ଜନ ଭୋଳ, ଦୁଃଶାସନ ଭୋଳ, ଜୟଦେବ ଭୋଳ ଓ ଅର୍ଜୁନ ଭୋଳ ସମେତ ଆଉ
କିଛି ବ୍ୟକ୍ତିଙ୍କର ଆମ୍ବ,ପଣସ, ପଟାସ, କାଜୁ ଓ ଅକସିଆ ଭଳି ବିଭିନ୍ନ ମୂଲ୍ୟବାନ ଗଛ ପୋଡିଯାଇଛି। ଖବର ପାଇ ଟାଙ୍ଗୀ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିବାବେଳେ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ବୋଲି ଦମକଳ ବାହିନୀ ଅଧିକାରୀ ବି କେ ଦାସ ଜଣାଇଛନ୍ତି।
ତାତି ବଢୁଛି: ଜଙ୍ଗଲ ଜଳୁଛି
