ଅବାଧ ନିର୍ବାଚନ ପାଇଁ କମିଶନର ଥାନା ଅଞ୍ଚଳରେ ସିଆଇଏସଏଫ ଜବାନଙ୍କ ଫ୍ଲାଗ ମାର୍ଚ୍ଚ 

କଟକ ସଦର , ୧୮/୦୪/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଗ୍ରାମାଞ୍ଚଳ ପୋଲିସ ଜିଲ୍ଲା ଅନ୍ତର୍ଗତ କିଶନନଗର ଥାନା ଅଞ୍ଚଳରେ ନିର୍ବାଚନକୁ ଅବାଧ ନିରପେକ୍ଷ ଭୟମୁକ୍ତ ଏଵଂ ନିଶାମୁକ୍ତ କରିବା ଉଦ୍ଦେଶ୍ୟରେ ଆଜି ଗୁରୁବାର ସଂନ୍ଧ୍ୟାରେ ଦୁଇ କମ୍ପାନୀ କେନ୍ଦ୍ର ଶିଳ୍ପ ନିରାପତ୍ତା ଜବାନ(ସିଆଇଏସଏଫ) ଫ୍ଲାଗ ମାର୍ଚ୍ଚ କରି ସଚେତନତା ସୃଷ୍ଟି କରିଥିବା ଜଣାପଡିଛି। ଏଥିରେ କିଶନନଗର ଥାନା ଅଧିକାରୀ ରଶ୍ମୀରଂଜନ ଦାଶ, ମହିଳା ଏସ୍ ଆଇ ସସ୍ମିତା ପରିଡ଼ାଙ୍କ ସମେତ ଥାନାର ସମସ୍ତ କର୍ମଚାରୀ ଭାଗ ନେଇଥିଲେ। ଏହା ଦ୍ୱାରା ଜନସାଧାରଣ ତଥା ଭୋଟରଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *