ସିପ୍ରା ମଲ୍ଲିକ କଂଗ୍ରେସରେ ଯୋଗ ଦେଲେ

ଭୁବନେଶ୍ବର, ୧୮/୦୪/୨୦୨୪ (ଓଡ଼ିଶା ସମାଚାର)- ବିଜେଡିର ବରିଷ୍ଠ ନେତ୍ରୀ ତଥା କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ କଂଗ୍ରେସରେ ସାମିଲ ହୋଇଛନ୍ତି। ଗୁରୁବାର କଂଗ୍ରେସ ଭବନରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ବରିଷ୍ଠ ନେତା ପଞ୍ଚାନନ କାନୁନଗୋଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି। ସିପ୍ରା କଂଗ୍ରେସରେ ମିଶିବା ପରେ କେନ୍ଦ୍ରାପଡ଼ା ଆସନରେ ଦଳ ତାଙ୍କୁ ଟିକେଟ୍ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ସିପ୍ରା ବିଜେଡିରୁ କେନ୍ଦ୍ରାପଡ଼ା ବିଧାନସଭା ପାଇଁ ଟିକେଟ ଆଶୟୀ ଥିଲେ । କିନ୍ତୁ କଂଗ୍ରେସର ଗଣେଶ୍ୱର ବେହେରା ବିଜେଡ଼ି ରେ ଯୋଗଦେଲାପରେ ସିପ୍ରା ଙ୍କ ଆଶା ମଉଳି ଗଲା । ତେଣୁ ସେ ବିଜେଡ଼ି ଛାଡ଼ି କଂଗ୍ରେସରେ ଯୋଗ ଦେଲେ ।

Leave a Reply

Your email address will not be published. Required fields are marked *