ଭୁବନେଶ୍ୱର,୧୭/୦୪/୨୦୨୪ (ଓଡ଼ିଶା ସମାଚାର)- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପୂଜ୍ୟପୂଜା ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ କବିବର ରାଧାନାଥ ରାୟଙ୍କ ୧୧୬ତମ ପୂଣ୍ୟତିଥି ଆଜି ପ୍ରତୁ୍ୟଷରେ ଭୁବନେଶ୍ୱର ପି.ଏମ୍.ଜି. ଛକସ୍ଥିତ ପ୍ରତିମୂର୍ତିସ୍ଥଳୀରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ କାମଦେବ ମହାପାତ୍ର ସ୍ୱରଚିତ କବିତା ଆବୃତି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗାନ୍ଧୀବାଦୀ ବିଜୟ କୁମାର ତି୍ରପାଠୀ, ପ୍ରାଧ୍ୟାପକ ଡକ୍ଟର ରଙ୍ଗାଧର ସାହୁ, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ସମାଜସେବୀ ଗିରିଜା ଶଙ୍କର ମହାପାତ୍ର, ଗୋପବନ୍ଧୁପ୍ରେମୀ ସଂଜୟ କୁମାର ପରିଡ଼ା, ଅମିତ୍ ପାତାଳସିଂହ, କବି ଲକ୍ଷ୍ମୀଧର ଦାସ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନିଜ ବକ୍ତବ୍ୟରେ ରାଧାନାଥଙ୍କ କାବ୍ୟ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ ।
ପୁଣ୍ୟ ତିଥିରେ କବିବର ରାଧାନାଥ ରାୟଙ୍କୁ ସଂସ୍କୃତି ବିଭାଗର ଶ୍ରଦ୍ଧାଞ୍ଜଳି
