ପକ୍ଷୀଙ୍କ ସେବାରେ ସାମାଜିକ କର୍ମୀ ଇଂ.ସୁରଜ୍ ।

କଟକ,୧୧/୦୮/୨୦୨୪(ଓଡ଼ିଶା ସମାଚାର) : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜୀବନ ଅସ୍ତବ୍ୟସ୍ତ,ଚାରିଆଡ଼େ ପାଣିର ଆବଶ୍ୟକତାକୁ ଆଖି ଆଗରେ ରଖି ଅଗ୍ରଣୀ ସାମାଜିକ ସଙ୍ଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ,ଓଡ଼ିଶା(ବିସିଟି) ପକ୍ଷରୁ ସହ ସମ୍ପାଦକ ସାମାଜିକ କର୍ମୀ ଇଂ.ସୁରଜ୍ ବେହେରା ଓ କାର୍ୟ୍ୟକର୍ତା ବର୍ଗ ପକ୍ଷୀ ମାନଙ୍କ ପାଇଁ ଏନଏଚ୍ ପାରାଦୀପ କଟକ ରୋଡ ଉଭୟ ପାର୍ଶ୍ଵ ଯଥା ପଟଣା ବିରିବାଟି ଫକୀରପଡ଼ା ଅଂଚଳ,ଅଥଙ୍ଗା ବରାଳ କାଠଯୋଡି ନଦୀପଠା ଜଙ୍ଗଲ,୪୨ ମୌଜା କିଛି ସ୍ଥାନରେ ମାଟି ପାତ୍ର ଓ ପ୍ଲାଷ୍ଟିକ ବୋତଲ ଆଦି ବାନ୍ଧି ତାମଧ୍ୟରେ ପାଣି ରଖିଛନ୍ତି ଓ ନିୟମିତ ଏହାର ତଦାରଖ କରା ଯାଉଛି । ଏହି ସେବା କାର୍ୟ୍ୟକୁ ଟ୍ରଷ୍ଟର ପ୍ରତିଷ୍ଠାତା ଇଂ.ବିମଳ ଚନ୍ଦ୍ର ଦାସ,ସଂପାଦକ ପ୍ରିନ୍ସ ନନ୍ଦ,ରାଜ୍ୟ ସଂଯୋଜକ ଇଂ.ସେବକ ଶ୍ରୀକାନ୍ତ ଓ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published. Required fields are marked *