ଯାଜପୁର ଲୋକ କଳା ମହୋତ୍ସବ ରେ ସମ୍ମାନିତ ହେଲେ ପ୍ରସନ୍ନ ବିଶ୍ଵାଳ 

ଯାଜପୁର,୧୫/୦୪/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର ): ଯାଜପୁର ଜିଲା ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଯାଜପୁର ଲୋକକଳା ମହୋତ୍ସବ ୨୦୨୪  ଅନୁଷ୍ଠିତ  ହୋଇଯାଇଛି । ଚଳିତ ବର୍ଷ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଓଡ଼ିଶାର ଜଣାଶୁଣା ଯୁବ ନିର୍ଦ୍ଦେଶକ ଶ୍ରୀ ପ୍ରସନ୍ନ କୁମାର ବିଶ୍ବାଳ ଙ୍କୁ ମା ବିରଜା ସମ୍ମାନ ରେ ସମ୍ମାନିତ କରାଯାଇଅଛି । କଳା କ୍ଷେତ୍ରରେ ନିଷ୍ଠାପର ସାଧନା କରି ନିଜର ସ୍ଥିତି ବଜାୟ ରଖୁବାକୁ ଅହରହ ସଂଗ୍ରାମ କରୁଥିବା  ଶ୍ରୀ ବିଶ୍ଵାଳ  ଜଣେ ଉଦୀୟମାନ କଳାକାର  ,ତାଙ୍କର  କୃତିର ସୀକୃତି ସରୂପ ଉକ୍ତ ସମ୍ମାନ ପ୍ରଦାନ କରାଯାଇଥିବା ଜଣାପଡିଛି । ଶ୍ରୀ ବିଶ୍ଵାଳ ଏକାଧାରରେ ଜଣେ ନିର୍ଦ୍ଦେଶକ , ଲେଖକ , ନାଟ୍ୟକାର ଓ ସମାଜସେବୀ ମଧ୍ୟ । ତାଙ୍କର ବହୁ କ୍ଷୁଦ୍ର ନାଟକ ସମାଜ ପାଇ ବେଶ ବାର୍ତ୍ତା ବହନ କରିଥାଏ , ସେ ସଡ଼କ ସୁରକ୍ଷା ହେଉ ଅବା ବିଭିନ୍ନ ରୋଗ ,କୋବିଡ ସମୟରେ ତାଙ୍କ ସଚେତନତା ଭିତ୍ତିକ ନାଟକ ସମାଜ ପାଇ ବେଶ ପ୍ରେରଣା ଦେଇଥିଲା ଯାହାକି ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିଛି । ଏହି ସଫଳତା ପରେ ଶ୍ରୀ ବିଶ୍ଵାଳ ଙ୍କୁ ରାଜ୍ୟ ର କୋଣ ଅନୁକୋଣ ରୁ ଶୁଭେଛା ର ସୁଅ ଛୁଟି ଆସୁଅଛି  ଉକ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଧେଶକ ଦିନେଶ କୁମାର ମଲ୍ଲିକ ,  ଓଡ଼ିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଧେଶକ ଡଃ ହରିହର କାନୁନଗୋ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଲୋକକଳାକୁ ବଂଚାଇବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *