କଟକ ସଦର,୦୬/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ ସୋମପୁର ପଞ୍ଚାୟତ ଥୋରିଆପଡା ଗ୍ରାମର ମନୋଜ ଭୋଇ (୩୩)ଙ୍କ ଝୁଲନ୍ତା ଶବ ଗତ ମାସ ୧୭ ତାରିଖରେ ସିଂଘାଳ ଚାରିମାଣିଆ ସୁକପାଇକା କୂଳର ଏକ ନିମ୍ଵ ଗଛରୁ ଉଦ୍ଧାର କରି ପୋଲିସ ପୋଷ୍ଟମର୍ଟମ ପାଇଁ ପଠାଇ ସେହି ଦିନଠାରୁ ତଦନ୍ତ ତ୍ୱରାନ୍ୱିତ କରିଥିଲେ।
ଏହା ଏକ ହତ୍ୟାକାଣ୍ଡ ମୋ ପୁଅକୁ କେହି ମାରି ଗଛରେ ଟାଙ୍ଗି ଦେଇଛନ୍ତି ବୋଲି ମୃତକ ମନୋଜ ଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ଏହା ହତ୍ୟା ନୁହେଁ ଆତ୍ମହତ୍ୟା ବୋଲି ପୋଷ୍ଟମର୍ଟମ ରିପୋର୍ଟ କୁ ଆଧାର କରି ପୋଲିସ କହିଥିବା ବେଳେ ମୃତ୍ୟୁର କାରଣ ଉପରୁ ପରଦା ହଟିଛି। ହେଲେ ଆତ୍ମହତ୍ୟାର କାରଣ ଏବେବି ଅସ୍ପଷ୍ଟ ରହିଛି।
