ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୫ ପାଳିତ

ଜଗତସିଂହପୁର,୦୧/୦୫/୨୦୨୫ (ଓଡ଼ିଶା ସମାଚାର)- ଆଜି ଜଗତସିଂହପୁର ଜିଲ୍ଲାର ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ତରଫରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ସମାରୋହ ଅନୁଷ୍ଠିତ  ହୋଇଛି ।

ଏହି ସମାରୋହରେ ଶ୍ରୀଯୁକ୍ତ ବିଭୁ ପ୍ରସାଦ ତରାଇ, ମାନ୍ୟବର ସାଂସଦ ଜଗତସିଂହପୁର, ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ, ମାନ୍ୟବର ବିଧାୟକ ଜଗତସିଂହପୁର, ଶ୍ରୀଯୁକ୍ତ ମନୋଜ କୁମାର ଭୋଇ, ଅଧ୍ୟକ୍ଷ, ଜିଲ୍ଲା ପରିଷଦ, ଜଗତସିଂହପୁର, ଶ୍ରୀଯୁକ୍ତ ଜେ ସୋନାଲ, ଜିଲ୍ଲାପାଳ ଜଗତସିଂହପୁର, ଶ୍ରୀମତୀ ଅର୍ଚନା ସିଂହ, ଅଧ୍ୟକ୍ଷା, ପୌର ପରିଷଦ, ଜଗତସିଂହପୁର, ଶ୍ରୀଯୁକ୍ତ ଲୋଭାକାନ୍ତ ସ୍ଵାଇଁ, ସଦସ୍ୟ, ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପ୍ରମୁଖ ଅତିଥି ଭାବେ ଯୋଗଦେଇ ନିର୍ମାଣ ଶ୍ରମିକ ଓ ଅଣସଙ୍ଗଠିତ ଶ୍ରମିକ ମାନଙ୍କୁ ଶ୍ରମିକ କଲ୍ୟାଣ ବୋର୍ଡ ଦ୍ଵାରା ପ୍ରଦତ୍ତ ବିଭିନ୍ନ ସହାୟତା ରାଶି ଓ ଯୋଜନା ସମ୍ବନ୍ଧରେ ଆଲୋକପାତ କରିବା ସହିତ ଉପସ୍ଥିତ ଶ୍ରମିକ ମାନଙ୍କୁ ସଚେତନ କରାଇଥିଲେ ।

ଏହି ସମାରୋହରେ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫ ରୁ ୨୨୭ ଜଣ ଙ୍କୁ  ପରିଚୟ ପତ୍ର,  ଶିକ୍ଷା ସହାୟତା ରାଶି ୫୦୬ ଜଣ ଙ୍କୁ ଟ ୪୨,୭୩,୬୦୦/, ବିବାହ ସହାୟତା ରାଶି ୪୦୭ ଜଣଙ୍କୁ ଟ ୨,୦୩,୨୫,୦୦୦/-, ପ୍ରସୂତିକାଳୀନ ସହାୟତା  ୩ ଜଣଙ୍କୁ ଟ ୩୦,୦୦୦/-, ମୃତ୍ୟୁକାଳୀନ ସହାୟତା ୩୨ ଜଣଙ୍କୁ ଟ ୮୪,୦୦,୦୦୦/- ଓ ଅନ୍ତ୍ୟେଷ୍ଟିକାଳୀନ ସହାୟତା ୩୨ ଜଣଙ୍କୁ  ଟ ୧,୬୦,୦୦୦/- , ଏହିପରି ସର୍ବମୋଟ ୯୮୦ ଜଣ ବିଭିନ୍ନ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ୩ କୋଟି ୩୧ ଲକ୍ଷ ୮୮ ହଜାର ୬ ଶହ ଟଙ୍କାର ଆର୍ଥିକ ସହାୟତା ବଣ୍ଟନ କରାଯାଇଥିଲା ।

ଏହି ସମାରୋହକୁ ଶ୍ରୀମତୀ ସ୍ମୃତିରେଖା ନାୟକ, ଜିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ)  ପରିଚାଳନା କରିଥିଲେ।  ସମାରୋହରେ ଶ୍ରୀ ବାବା ଆନନ୍ଦ ରଞ୍ଜନ ଦାସ, ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଶ୍ରୀ ଶିବ ନାରାୟଣ ସାହୁ, ଜିଲ୍ଲା ଶ୍ରମ ଅଧିକାରୀ (ପ୍ରବର୍ତ୍ତନ), ଶ୍ରୀ ସନ୍ତୋଷ କୁମାର ମହାନ୍ତି, ଶ୍ରୀମତୀ ସୌମ୍ୟା ସ୍ଥିତପ୍ରଜ୍ଞା, ସହକାରୀ ଶ୍ରମ ଅଧିକାରୀ, ଓ ଜିଲ୍ଲା ଶ୍ରମ କାର୍ଯ୍ୟ।ଳୟର ସମସ୍ତ କର୍ମଚାରୀ ପ୍ରମୁଖ ଯୋଗ ଦେଇ ନିର୍ମାଣ ଶ୍ରମିକ ମାନଙ୍କୁ ଉତ୍ସାହିତ କରିଥିଲେ।

Leave a Reply

Your email address will not be published. Required fields are marked *