ଜିଲ୍ଲା ସ୍ତରୀୟ ୧୩୩ତମ ଡ. ବି .ଆର ଆମ୍ବେଦକର ଜଯନ୍ତ୍ରୀ ପାଳିତ।

ଯାଜପୁର, ୧୪/୦୪/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର):- ଯାଜପୁର ଜିଲ୍ଲା ସ୍ତରୀୟ ଡ଼.ବି.ଆର. ଆମ୍ବେଦକର ଙ୍କ ୧୩୩ତମ ଜୟନ୍ତୀ  ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସର ରେ ପାଳିତ ହୋଇଯାଇଅଛି।  ଜିଲ୍ଲପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆମ୍ବେଦକରଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।  ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ  ଶୁଭେନ୍ଦ୍ର କୁମାର ସାମଲ ଯୋଗଦେଇ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ, ଯାଜପୁର ସୁଶ୍ରୀ ସୋନାଲି ବେହେରା ଯୋଗ ଦେଇ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ , ପରେ ମୁଖ୍ୟ ଅତିଥି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଶୁଭେନ୍ଦ୍ର  କୁମାର  ସାମଲ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୋନାଲି ବେହେରା ସଂସ୍କୃତି ଭବନ ପରିସର ମଧ୍ୟରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, କବିମଞ୍ଜୁଳ କୃଷ୍ଣ ପ୍ରସାଦ ବସୁ, ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାର ଙ୍କ ପ୍ରତିମୁର୍ତ୍ତି ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।  ଚଳିତ ବର୍ଷ ଲୋକ ସଭା ଏବଂ ଓଡ଼ିଶା ବିଧାନ ସଭା ସାଧାରଣ ନିର୍ବାଚନ  ଉପଲକ୍ଷେ ଆଦର୍ଶ ଆଚରଣ ବିଧି ଲାଗିଥିବାରୁ ଆମ୍ବେଦକର ଜୟନ୍ତୀ ଦିବସକୁ ନିରାଡମ୍ବର ଭାବେ ପାଳନ କରାଯାଇଥିଲା  ।  ଦିବସ ପାଳନ ଉପଲକ୍ଷେ ଅତିଥି ମାନେ ଆମ୍ବେଦକରଙ୍କ ସ୍ମୃତି ଚାରଣ କରିବାସହ   ବି ଆର ଆମ୍ବେଦକର ସମ୍ବିଧାନ ପ୍ରଣୟନର କର୍ଣ୍ଣଧାର, ଅର୍ଥନୈତିଜ୍ଞ ଏବଂ ସାମାଜିକ ପରିବର୍ତ୍ତନର ଜଣେ ପ୍ରବୀଣ ବ୍ୟକ୍ତିତ୍ବର ଅଧିକାରୀ ଥିଲେ ବୋଲି ମତ ପ୍ରକାଶ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା ସଞ୍ଚାଳନ କରିଥିଲେ , ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ କର୍ମଚାରୀ, ଜିଲ୍ଲା ସଂସ୍କୃତି ବିଭାଗ କର୍ମଚାରୀ ,  ଜିଲ୍ଲା ମିଶନ ଶକ୍ତି ଭବନ କର୍ମଚାରୀ  ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *