ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ

ବାଲିଗୁଡା, ୧୩/୦୪/୨୦୨୪ (ଓଡ଼ିଶା ସମାଚାର)- ଗଂଜୁଗୁଡା ଉପ୍ରା ବିଦ୍ୟାଳୟଠାରେ ଗଂଜୁଗୁଡା କ୍ଲଷ୍ଟ ଷ୍ଟୋର ପକ୍ଷରୁ ଦୁଇ ଦିନିଆ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଉଦଯାପିତ ହୋଇ୍ୟାଇଛି । ସିଆରସିସି ଚନ୍ଦ୍ରଭାନୁ ଭୋଇଙ୍କ ତତ୍ୱାବଧାନତାରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଦୀପ ପ୍ରଜ୍ୱଳନ କରି ସ୍ଥାନୀୟ ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ପଣ୍ଡା ଙ୍କ ଦ୍ୱାରା ଆୟମାରମ୍ଭ କରା୍ୟାଇଥିଲା । ସ୍ଥାନୀୟ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଦ୍ୱାରା ବିଭିନ୍ନ ଶିକ୍ଷଣ ସାମଗ୍ରୀ,ଶିଶୁ ଉପଯୋଗି ଖେଳନା ,ପ୍ରକଳ୍ପ,ଚିତ୍ରାଙ୍କନ,ମୃତିକା ଶିଳ୍ପ ଆଦି ପ୍ରଦର୍ଶିତ ହଇଥିଲା । ସାଧନା କର୍ମି ଡି ଶିଳ୍ପା,ଗାୟତ୍ରୀ ପାଳ ଓ ସଂଜିବ ବିନ୍ଧାଣୀଙ୍କ ସହଯୋଗରେ ଏହା ହୋଇଥିଲା ।ଅନ୍ୟ ସିଆରସିସି ସୌଦାମିନୀ ସାହୁ,ଦୀପ୍ତିମୟୀ ପ୍ରଧାନ,ମନୋଜ ବେହେରା,ମାନସ ଓ ଅନ୍ୟମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ସଂଜିତ କୁମାର ପଟ୍ଟନାୟକ ।

Leave a Reply

Your email address will not be published. Required fields are marked *