ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ ସେମାନଙ୍କୁ ଶ୍ରେଷ୍ଠ ମାର୍ଗଦର୍ଶନ ଗୁରୁଜୀ ଗୁରୁମା ଙ୍କ ଦାୟୀତ୍ବ
ନିରାକାରପୁର, ୦୬/୦୪/୨୦୨୪ (ଓଡ଼ିଶା ସମାଚାର)- ଆଗାମୀ ଭବିଷ୍ୟତ ଗଠନ ଦିଗରେ ଆଜିର ଛାତ୍ରଛାତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନଙ୍କ ଉଜ୍ଜଳମୟ ଭବିଷ୍ୟତ ଗଠନ ପାଇଁ ଗୁରୁଜୀ ଗୁରୂମା ମାନଙ୍କ ଦାୟୀତ୍ବ ରହିଛି। ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଶିକ୍ଷା, ସଂସ୍କୃତି ଓ ଭାରତୀୟ ପରମ୍ପରାକୁ ଉଚିତ ଗୁରୁତ୍ବ ପ୍ରଦାନ କରୁଛି ବୋଲି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଆର୍ଯ୍ୟ ବିହାର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଊନବିଂଶ ତମ ବାର୍ଷିକ ଉତ୍ସବ ଅବସରରେ ବିଶିଷ୍ଟ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି। ବିଦ୍ୟାଳୟ ସଭାପତି ଉର୍ମିଳା ଦେବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରଧାନ ଆଚାର୍ଯ୍ୟ। ନଳିନୀ ରଥ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାଳୟ ସମ୍ପାଦକ ବିଭୂତି ଭୂଷଣ ଆଚାର୍ଯ୍ୟ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ତମ୍ଭକାର ପ୍ରଫେସର ଡ ଦାଶ ବେନହୁର , ମୁଖ୍ୟ ବକ୍ତା ଭାବେ ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରାକ୍ତନ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡ ସଙ୍ଗୀତା ଗୋସାଇଁ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ କରାଇଥିଲେ। ଅଧ୍ୟାପକ ଡ ମୃତ୍ୟୁଞ୍ଜୟ ରଥ ମଞ୍ଚ ସଞ୍ଚାଳନ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ମୁଖପତ୍ର ” ଉପାୟନ”ର ଶୁଭ ଉନ୍ମୋଚନ ଅତିଥି ମାନଙ୍କ ଦ୍ଵାରା କରାଯାଇଥିଲା। ଶେଷରେ ଆଚାର୍ଯ୍ୟ ନିହାର ରଞ୍ଜନ ସାମନ୍ତସିଂହାର ଧନ୍ୟବାଦ୍ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ବିଜୟ କୁମାର ଜୟସିଂହ, ସହ ସମ୍ପାଦକ ପ୍ରାଣେଶ୍ୱର୍ ଜୟସିଂହ , କୋଷାଧ୍ୟକ୍ଷ ସୁବାସ କୁମାର ବେହେରା , ସଭ୍ୟ ଅମୂଲ୍ୟ ରତ୍ନ ମିଶ୍ର ଓ ଶ୍ୟାମ ଶଙ୍କର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିରର ଆଚାର୍ଯ୍ୟା ସଂନ୍ଧ୍ୟାରାଣୀ ବାହିନୀପତି, ସୁଜାତା ଶ୍ରୀଚନ୍ଦନ, ଅନୁରାଧା କର, ରାଜଲକ୍ଷ୍ମୀ ବଳିୟାରସିଂହ, ମମତା ମିଶ୍ର, ମମତା ମହତ୍ଵ, ସସ୍ମିତା ମହାରଣା,ଆଚାର୍ଯ୍ୟ ଜିତେନ୍ଦ୍ର କୁମାର ପୃଷ୍ଟି, ପବିତ୍ର କୁମାର ରାଉତରାୟ ଓ ଲଲାଟ କୁମାର ସାହୁ , ନିହାର ରଞ୍ଜନ ସାମନ୍ତସିଂହାର, ବିନୋଦ ବାରିକ, ବିନୋଦ ବିହାର ସେଠୀ, କିଶୋର ସୁନ୍ଦରାୟ, ସାଧନା ମହାପାତ୍ର, କବିତା ଜଗଦେବ, ଅକ୍ଷୟ କୁମାର ମହାପାତ୍ର,ସ୍ମିତାରାଣୀ ଶ୍ରୀଚନ୍ଦନ,ସସ୍ମିତା ସାହୁ ରାଜଳଷ୍ମୀ ବଳିଆରସିଂ,ଟିକନ ସାମନ୍ତରାୟ ପ୍ରମୁଖ ଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମ। ସହଯୋଗ କରିଥିଲେ।