ସମଲେଶ୍ବରୀଙ୍କ ପୀଠ ପରିସରରେ ମାଦକ ଦ୍ରବ୍ୟ , ପାନ ଗୁଟକା, ବିଡି, ସିଗାରେଟ ଆଦି ଦ୍ରବ୍ୟର ବ୍ୟବହାର ଉପରେ କଟକଣା

ସମ୍ବଲପୁର, ୧୩/୦୪/୨୦୨୪ (ଓଡ଼ିଶା ସମାଚାର)- ରବିବାରଠାରୁ ମା ସମଲେଶ୍ବରୀଙ୍କ ପୀଠ ପରିସରରେ ମାଦକ ଦ୍ରବ୍ୟ , ପାନ ଗୁଟକା, ବିଡି, ସିଗାରେଟ ଆଦି ଦ୍ରବ୍ୟର ବ୍ୟବହାର ଉପରେ ରୋକ୍ ଲଗାଯାଇଛି। ଏନେଇ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କୌଣସି ପ୍ରକାର ମାଦକ ଦ୍ରବ୍ୟ ମନ୍ଦିର ପରିସର ଭିତରକୁ ନଆଣିବାକୁ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ନିଷ୍ପତ୍ତିକୁ ନମାନିଲେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।
ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ କୁହାଯାଇଛି ଯେ ମନ୍ଦିର ପରିସରର ପବିତ୍ରତା ଓ ପରିଚ୍ଛନ୍ନତା ସମସ୍ତ ଭକ୍ତଙ୍କ ଦାୟିତ୍ଵ। ଏଣୁ ଟ୍ରଷ୍ଟ ବୋର୍ଡ ସମସ୍ତ ଭକ୍ତ ତଥା ପୂଜକ ଓ କର୍ମଚାରୀ ମାନଙ୍କୁ ଅପିଲ କରିଛନ୍ତି କି ମାଦକ ଦ୍ରବ୍ୟର ବ୍ୟବହାର ନିଜେନ କରିବା ସହ ଅନ୍ୟ ମାନଙ୍କୁ ମଧ୍ୟ ଏନେଇ ସଚେତନ କରିନ୍ତୁ। ଏଥିସହିତ ମାଦକ ଦ୍ରବ୍ୟ ସେବନ କରି ମନ୍ଦିର ପରିସରରେ ଧରାପଡ଼ିଲେ ୫୦୦ ଟଙ୍କା ଜୋରିମାନା କରାଯିବ ବୋଲି ଟ୍ରଷ୍ଟ ବୋର୍ଡ ସଭାପତି ସୂଚନା ଦେଇଛନ୍ତି। ରବିବାରୁଠାରୁ ମନ୍ଦିରର ସିକ୍ୟୁରିଟି ସଂସ୍ଥା ଦ୍ୱାରା ଭକ୍ତମାନଙ୍କୁ ଏନେଇ ସଚେତନ କରାଯିବ। ଯଦି କୌଣସି ବ୍ୟକ୍ତି ଏହି ନିୟମ ନମାନିବେ ତେବେ ତାଙ୍କ ବିରୁଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *