ବ୍ଲକସ୍ତରୀୟ ବ୍ରାହ୍ମଣ ମହାସଂଘର ବୈଠକ

କେନ୍ଦ୍ରାପଡ଼ା, ୦୧/୦୬/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ବ୍ରାହ୍ମଣ ମହାସଂଘର କେନ୍ଦ୍ରାପଡା ବ୍ଲକସ୍ତରୀୟ ଆଂଚଳିକ ବ୍ରାହ୍ମଣ ମହାସଂଘ ବୈଠକ କଂସାର ପଂଚାୟତ କାର୍ଯ୍ୟାଳୟ ନିକଟସ୍ଥ ଶ୍ରୀରାମ ମନ୍ଦିର ପରିସରରେ ଜିଲା ସଭାପତି ମାନସଭୂଷଣ ପଣ୍ଡିତ ହୃଷୀକେଶ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପଣ୍ଡିତ ଦୁର୍ଗାପ୍ରସାଦ ତ୍ରିପାଠୀ ବେଦପାଠ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଓସ୍ତପୁର, କଂସାର, ପୁରୁଷୋତମପୁର, ଆୟବା ପ୍ରଭୃତି ପଂଚାୟତ ଗୁଡିକରୁ ରବୀନ୍ଦ୍ର ମୋହନ ପଣ୍ଡା, ଭାଗିରଥୀ ପଣ୍ଡା, ଦାମୋଦର ପଣ୍ଡା, କମଲେଶ ପଣ୍ଡା, ଭୁବନମୋହନ କର, ଲକ୍ଷ୍ମୀକାନ୍ତ ଦାଶ ପ୍ରମୁଖଙ୍କ ସମେତ ଜିଲା ଯୁବବାହିନୀ ସମ୍ପାଦକ ଜିତେନ୍ଦ୍ର କୁମାର ଦାଶ, ବ୍ଲକ ସଭାପତି ଜଗବନ୍ଧୁ କର, ଅକ୍ଷୟ କୁମାର ପତି, ପ୍ରଦୀପ କୁମାର ତ୍ରିପାଠୀ, ଧନେଶ୍ୱର ତ୍ରିପାଠୀ ପ୍ରମୁଖ ଯୋଗଦେଇ ବ୍ରାହ୍ମଣ ମହାସଂଘର ଆଭିମୁଖ୍ୟ ଉପରେ ବକ୍ତବ୍ୟ ରଖିଥିଲେ ।

ମୁଖ୍ୟବକ୍ତା ଭାବେ ଜିଲା ସମ୍ପାଦକ ପଣ୍ଡିତ ହରେକୃଷ୍ଣ ପତି ଯୋଗଦେଇ ବୈଦିକ ଯୁଗରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ମାନବ ସମାଜକୁ ବ୍ରାହ୍ମଣମାନଙ୍କ ଅବଦାନ ଉପରେ ବକ୍ତବ୍ୟ ରଖିଥିଲେ । ଉପରୋକ୍ତ ୪ଟି ପଂଚାୟତର ଆଂଚଳିକ ସ୍ତରୀୟ ସଂଯୋଜକ ଭାବେ ଦୀପକ କୁମାର ପାଢୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଜିଲା ସଂଗଠନ ସମ୍ପାଦକ ପଣ୍ଡିତ ତପନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *