କୃଷ୍ଣାନନ୍ଦପୁର ଠାରେ ଇଣ୍ଡିଆନ୍ ବ୍ୟାଙ୍କ ର ଏଟିଏମ ଖୋଲିବାକୁ ଦାବି

ତିର୍ତୋଲ,୧୩/୦୪/୨୦୨୪ (ଓଡ଼ିଶା ସମାଚାର)- ତିର୍ତୋଲ ବ୍ଲକ୍ ଅନ୍ତର୍ଗତ କୃଷ୍ଣାନନ୍ଦପୁର ଠାରେ ଏକ ମାତ୍ର ଆଲାହାବାଦ ବ୍ୟାଙ୍କ ଓ ତାହାର ଏଟିଏମ ଥିଲା । କିଛି ବର୍ଷ ହେଲା ଏହି ବ୍ୟାଙ୍କ ଟି ଇଣ୍ଡିଆନ୍ ବ୍ୟାଙ୍କ ରେ ମିଶ୍ରଣ ହୋଇଯାଇଛି । ହେଲେ ମିଶ୍ରଣ ହେବା ୪ ବର୍ଷ ବିତି ଗଲାଣି କିନ୍ତୁ ଇଣ୍ଡିଆନ୍ ବ୍ୟାଙ୍କ ର ଏଟିଏମ ଖୋଲିନାହିଁ । ଫଳରେ ଅନ୍ୟ ବ୍ୟାଙ୍କ ର ଏଟିଏମ ଉପରେ ଏହାର ଗ୍ରାହକମାନେ ନିର୍ଭର କରୁଛନ୍ତି । ଅନ୍ୟ ବ୍ୟାଙ୍କର ଏଟିଏମ ରୁ ଟଙ୍କା ଉଠାଣ କଲେ ସେଥିପାଇଁ ଆକାଉନ୍ଟ ରୁ ଚାର୍ଜ କଟୁଛି । ତେଣୁ କୃଷ୍ଣାନନ୍ଦପୁର ଠାରେ ଇଣ୍ଡିଆନ୍ ବ୍ୟାଙ୍କ ର ଏକ ଏଟିଏମ ଖୋଲିବାକୁ ଗ୍ରାହକ ମହଲରୁ ଦାବି ହେଉଛି । ଇଣ୍ଡିଆନ୍ ବ୍ୟାଙ୍କର ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *