ଭୁବନେଶ୍ୱର ୦୮/୦୮/୨୦୨୬ (ଓଡ଼ିଶା ସମାଚାର)- ବରିଷ୍ଠ ରାଜନେତା, ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଶାଶୁ ଶ୍ରୀମତୀ ସାବିତ୍ରୀ ରାଉତଙ୍କ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ୮୭ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି । ସେ ଜଣେ ଅତ୍ୟନ୍ତ ଧର୍ମପରାୟଣା, ପୁଜ୍ୟପୂଜା ପ୍ରାଣ, ସରଳ, ବନ୍ଧୁ ବତ୍ସଳା ସହିତ ସ୍ୱର୍ଗୀୟା ରାଉତ ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନର ଆଜୀବନ ଟ୍ରଷ୍ଟି ଥିଲେ ।
ଶ୍ରୀମତୀ ରାଉତଙ୍କ ସ୍ୱାମୀ ଭୁବନେଶ୍ୱରରେ ଜଣେ ପ୍ରତିଷ୍ଠିତ ପ୍ରଧାନ ଶିକ୍ଷକ ଥିଲେ ସ୍ୱର୍ଗତ ଭଗବାନ ରାଉତ । ମୃତୁ୍ୟଶଯ୍ୟା ନିକଟରେ ଡଃ ଜ୍ଞାନେନ୍ଦ୍ରଙ୍କ ସମେତ ଡ଼ଃ ଜ୍ଞାନେନ୍ଦ୍ରଙ୍କ ଧର୍ମପତ୍ନୀ ଆରତୀ ଜ୍ଞାନେନ୍ଦ୍ର, ବଡ଼ପୁଅ ପ୍ରାକ୍ତନ ଅର୍ଥ ଅଧିକାରୀ ଅବନୀକାନ୍ତ ରାଉତ, ଝିଅ ଶିକ୍ଷୟିତ୍ରୀ ପ୍ରଣତୀ ରାଉତ, ପୁତ୍ର ଭବାନୀକାନ୍ତ, ନଳିନୀକାନ୍ତ ରାଉତ, ନାତୁଣୀ ଗାୟତ୍ରୀ ଜ୍ଞାନେଶ୍ୱରୀ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳ ସହିତ ଜଡିତ ଥିବା ଅନୁଷ୍ଠାନ, ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଗଭୀର ଶୋକରଛାୟା ଖେଳି ଯାଇଛି । ଅରବିନ୍ଦ ନଗର ଆବାସିକ ସଂଘର ବରିଷ୍ଠ ସଦସ୍ୟା ଥିଲେ । ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ବୋଲି ଡ଼ଃ ଜ୍ଞାନେନ୍ଦ୍ରଙ୍କ ସୂତ୍ରରୁ ପ୍ରକାଶ ।
