ବାଚସ୍ପତିଙ୍କୁ ଭେଟିଲେ ପ୍ରଧାନ ମହାଲେଖାକାର

ଭୁବନେଶ୍ୱର, ୧୪/୧୦/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କୁ ଓଡ଼ିଶାର ପ୍ରଧାନ ମହାଲେଖାକାର (ପ୍ରିନ୍ସିପାଲ୍ ଆକାଉଟାଂଟ୍ ଜେନେରାଲ) ରାଜକୁମାର ଅଗ୍ରୱାଲ୍ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ୍କାର ଅବସରରେ ସେ ମାନ୍ୟବର ବାଚସ୍ପତିଙ୍କୁ ରାଜ୍ୟର ଆର୍ଥିକ ସ୍ଥିତି ଉପରେ ଅବଗତ କରାଇଛନ୍ତି । ଶ୍ରୀମତୀ ପାଢ଼ୀଙ୍କୁ ଭାରତସ ରକାରଙ୍କ ସିଏଜି ପକ୍ଷରୁ ପ୍ରକାଶିତ ‘ଦ କାଟାଲିଷ୍ଟ’ ପୁସ୍ତକ ମଧ୍ୟ ମହାଲେଖାକାର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, ଏହି ପୁସ୍ତକରେ ସୁଶାସନ ବା ଗୁଡ୍ ଗଭର୍ଣ୍ଣାନ୍ସ ପ୍ରତିଷ୍ଠା ବାବଦରେ ଅନେକ ଉପାଦେୟ ତଥ୍ୟ ସନ୍ନିବିଷ୍ଟ ରହିଛି ।
-୦-

ଆଲୋକକୁମାରମହାନ୍ତି, ଲୋକସଂପର୍କ ଅଧିକାରୀ ଙ୍କ ସୌଜନ୍ୟରୁ

Leave a Reply

Your email address will not be published. Required fields are marked *