ନିଶ୍ଚିନ୍ତକୋଇଲି, ୧୨/୦୪/୨୦୨୪ (ଓଡ଼ିଶା ସମାଚାର)- କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ୍ ମଣିଜଙ୍ଗ ପଂଚାୟତ ଅନ୍ତର୍ଗତ ମଣିଜଙ୍ଗ ଗ୍ରାମରେ ପ୍ରତିଷ୍ଠିତ ମା ଭଗବତୀ ଠାକୁରାଣୀଙ୍କ ଷୋଡ଼ଶ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଗୁରୁବାର ୧୧ ତାରିଖ ରେ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ଆସନ୍ତା ୧୧ ତାରିଖ ଗୁରୁବାର ଅଙ୍କୁରାରୋପଣ ହେବା ସହିତ ସନ୍ଧ୍ୟାରେ ପାଲା ପରିବେଷଣ ହୋଇଥିଲା । ଆଜି ୧୨ ତାରିଖ ଶୁକ୍ରବାର ସକାଳେ ପୂଣ୍ୟତୋୟା ଚିତ୍ରୋତ୍ପଳା ନଦୀରୁ ଘଟ ପୂଜା କରାଯାଇ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ କଳସୀ ଜଳ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରାଯିବା ସହିତ ମଣ୍ଡଳାଧିକରଣ ଯଜ୍ଞାଧିବାସ ଓ ପୂଜାର୍ଚ୍ଚନା କରାଯାଇଛି । ସନ୍ଧ୍ୟାରେ ପାଲା ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି । ୧୩ ତାରିଖ ଶନିବାର ସୂର୍ୟ୍ୟପୂଜା, ଗୋ ପୂଜା,ସର୍ବ ଦେବା ଦେବୀଙ୍କର ପୂଜାର୍ଚ୍ଚନା,ଅଷ୍ଟମ ପ୍ରହରୀ ଶୁଭାଧିବାସ ଓ ସନ୍ଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହେବ । ୧୪ ତାରିଖ ରବିବାର ସୂର୍ୟ୍ୟପୂଜା, ଗୋ ପୂଜା,ସର୍ବ ଦେବା ଦେବୀଙ୍କର ପୂଜାର୍ଚ୍ଚନା, ଅଷ୍ଟମ ପ୍ରହରୀ ନାମ ଯଜ୍ଞ ଓ ହରିହାଟ ଅନୁଷ୍ଠିତ ହେବ । ୧୫ ତାରିଖ ସୋମବାର ସୂର୍ୟ୍ୟପୂଜା, ଗୋ ପୂଜା,ସର୍ବ ଦେବା ଦେବୀଙ୍କର ପୂଜାର୍ଚ୍ଚନା,ଯଜ୍ଞ ଆହୂତି, ନଗର କୀର୍ତନ , ଆତସବାଜି ଓ ଯଜ୍ଞର ପୂର୍ଣ୍ଣାହୂତି ପରେ ଉତ୍ସବର ଉଦଯାପିତ ହେବ । ଶୁକ୍ରବାର ଠାରୁ ପ୍ରତିଦିନ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ଏହି ସବୁ କାର୍ୟ୍ୟକ୍ରମରେ ଯୋଗଦେଇ ମା ଙ୍କ ଆଶିର୍ବାଦ ଲାଭ କରିବା ପାଇଁ ଆୟୋଜକଙ୍କ ପକ୍ଷରୁ ନିବେଦନ କରାଯାଇଛି ।