ଠାକୁର ଅନକୁଳ ଚନ୍ଦ୍ର ଙ୍କ ଜୟନ୍ତୀ ଓ ଜନାର୍ଦ୍ଦନ ପୁର ସତସଙ୍ଗ କେନ୍ଦ୍ର ର ୪୪ତମ ବାର୍ଷିକ ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି

ନିଶ୍ଚିନ୍ତକୋଇଲି ,୨୮/୦୧/୨୦୨୪(ଓଡିଶା ସମାଚାର /ଅଭୟ ଜେନା ) – କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜନାର୍ଦ୍ଦନପୁର ସତସଙ୍ଗ କେନ୍ଦ୍ରର ୪୪ ତମ ବାର୍ଷିକ ଉତ୍ସବ ଆସନ୍ତା ଫେବୃଆରୀ ୪  ତାରିଖ ରବିବାର କେନ୍ଦ୍ର ପରିସରରେ ଅନୁଷ୍ଠିତ ହେବ । ଏହି କାର୍ୟ୍ୟକ୍ରମ କୁ ଅଧିକ ସରସ ସୁନ୍ଦର ଓ ଆକର୍ଷଣୀୟ କରିବାକୁ ଆୟୋଜକ ତଥା କର୍ମକର୍ତ୍ତା ମାନେ ପ୍ରୟାସ ଜାରି ରଖିଛନ୍ତି । ୪ ତାରିଖ ପ୍ରାତଃ ରୁ ପ୍ରାତଃ କାଳୀନ ବିନତି,ନାମ ଜପ, ଗ୍ରନ୍ଥାଦି ପାଠ, ପରେ ପରେ ସଂଗୀତାଞ୍ଜଳି ଅନୁଷ୍ଠିତ ହେବ । ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ମେଧା ପ୍ରତିଯୋଗିତା,ବିଗ୍ରହ ପରିକ୍ରମା ଅନୁଷ୍ଠିତ ହେବ । ପ୍ରସାଦ ସେବନ ପରେ ଅପରାହ୍ନ ରେ ମନୋରଞ୍ଜନ କାର୍ୟ୍ୟକ୍ରମ, ପୁରସ୍କାର ବିତରଣ,ମାତୃ ସମ୍ମେଳନ,ସନ୍ଧ୍ୟା ରେ ସନ୍ଧ୍ୟା ବିନତି, ଅମୀୟ ଗ୍ରନ୍ଥାଦି ପାଠ, ପ୍ରଣାମ ନିବେଦନ ଓ ଆତସବାଜୀ ପ୍ରଦର୍ଶନ କରାଯିବ ବୋଲି କର୍ମକର୍ତ୍ତା ମାନେ ପ୍ରକାଶ କରିଥିଲେ । ସାମ୍ବାଦିକ ସମ୍ମିଳନୀ ରେ ସରପଞ୍ଚ ବିଶ୍ୱ ଭୂଷଣ ନାୟକ, କାର୍ୟ୍ୟକର୍ତ୍ତା ବଂଶୀଧର ବେହେରା,ରବୀନ୍ଦ୍ର ନାଥ ପ୍ରଧାନ,ଦେବେନ୍ଦ୍ର କୁମାର ମାଝୀ, ସୁବାଷ ଚନ୍ଦ୍ର ବାରିକ,ବ୍ରଜ ବନ୍ଧୁ ବେହେରା,ରଞ୍ଜନ କୁମାର ବେହେରା ସୂଚନା ପ୍ରଦାନ କରିଥିବା ବେଳେ ସତସଙ୍ଗ କେନ୍ଦ୍ରର ସଦସ୍ୟମାନେ ଉପସ୍ଥିତ  ଥିଲେ ।

Leave a Reply

Your email address will not be published. Required fields are marked *