ବିଶ୍ୱ ହୋମିଓ ପାଥିକ ଦିବସ ରେ ରକ୍ତଦାନ ଶିବିର

ଭୁବନେଶ୍ୱର, ୧୧/୦୪/୨୦୨୪ (ଓଡ଼ିଶା ସମାଚାର)- ବିଶ୍ୱ ହୋମିଓ ପାଥିକ ଦିବସ ତଥା ଏହାର ଜନକ ମହାନ ଡା ସାମୁଏଲ ହାନିମାନଙ୍କ ୨୭୦ ତମଜୟନ୍ତୀ ଅବସରରେ ସ୍ଥାନୀୟ ୟୁନିଟ ୩ ସ୍ଥିତ ଡ଼ ଅଭିନ୍ନଚନ୍ଦ୍ର ଭେଷଜ ମହାବିଦ୍ୟାଳୟରେ ଏକ ରକ୍ତଦାନ ଶିବିର ଛାତ୍ର ସଂସଦ ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ରକ୍ତଦାନର ଆବଶ୍ୟକତା, ଅଭାବ ତଥା ବର୍ତ୍ତମାନ ପରିପ୍ରେକ୍ଷୀରେ ଏହାର ଗୁରୁତ୍ୱକୁ ବୁଝି ଅଧ୍ୟକ୍ଷ ଡ଼ ଜ୍ଞାନରଞ୍ଜନ ମହାନ୍ତି,ଉପଦେଷ୍ଟା ପୁଷ୍ପାଞ୍ଜଳି ପାତ୍ର ପ୍ରମୁଖଙ୍କ ସହାୟତାରେ ଉକ୍ତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଯୁବ ସାମ୍ବାଦିକ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ,ଉପଦେଷ୍ଟା ରାଜେନ୍ଦ୍ର ଦାସ ରକ୍ତଦାନ କରିବା ସହିତ ପ୍ରତେକ ବ୍ୟକ୍ତିବିଶେଷ ଆବଶ୍ୟକତା ଅନୁସାରେ ରକ୍ତଦାନ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । କାର୍ୟ୍ୟକ୍ରମକୁ ବିଶିଷ୍ଟ ସମାଜସେବୀ ମଧୁସୂଦନ ଦାସ, ସତ୍ୟବ୍ରତ ଜେନା ପରିଚାଳନା କରିଥିବାବେଳେ ୫୪ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ରେଡକ୍ରସ ରକ୍ତଭଣ୍ଡାର କର୍ମଚାରୀମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *