ଅନୁପଯୋଗୀ ହେଇଛି କେନାଲ ରାସ୍ତା, ବିପଦ ସଙ୍କୁଳ ରେ ବିଦ୍ୟୁତ୍ ଖୁଣ୍ଟ

                                                             ଆଗକୁ ଆସୁଛି ଅଶୋକାଷ୍ଟମୀ ରଥ ଯାତ୍ରା

ନିରାକାରପୁର,୦୮/୦୪/୨୦୨୪ (ଓଡ଼ିଶା ସମାଚାର)- ଆଉ ୭ ଦିନ ପରେ ଅଶୋକାଷ୍ଟମୀ ରଥଯାତ୍ରା ଅନୁଷ୍ଠିତ ହେବ । ଏଥି ପାଇଁ ଖୋର୍ଦ୍ଧା ଜିଲ୍ଲାର ଦୁଇଟି ସ୍ଥାନ ଗୋଟିଏ ଭୁବନେଶ୍ୱର ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଓ ଅନ୍ୟଟି ଖୋର୍ଦ୍ଧା ଟାଙ୍ଗୀ ବ୍ଲକ ଡିଆ କପିଳେଶ୍ୱର ଦେବ ଙ୍କ ଅଶୋକାଷ୍ଟମୀ ରଥଯାତ୍ରା ସବୁଠାରୁ ଅନ୍ୟତମ। ରୁକୁଣା ରଥ ଦିନ ବେଳା ପକ୍କା ରାସ୍ତା ରେ ଟଣା ହେଉଥିବାବେଳେ କିନ୍ତୁ କପିଳେଶ୍ଵର ଙ୍କ ଅଶୋକାଷ୍ଟମୀ ରଥ ବିଲ ଗହିର ମଝିରେ ଟଣା ହେବ ଏକ ଅନନ୍ୟ ପରମ୍ପରା। ଏବେଠାରୁ କପିଳେଶ୍ୱର ଦେବଙ୍କ ପୀଠରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ କିନ୍ତୁ ଏହି ସ୍ଥାନକୁ ସଂଯୋଗ କରୁଥିବା  ମଲାଗୁଣୀ   କେନାଲ ରାସ୍ତା ବର୍ତ୍ତମାନ କେନାଲ ମରାମତି ପାଇଁ ରାସ୍ତା ଖରାପ ହୋଇଥିବା ସହ କେନାଲ ମରାମତି କାର୍ଯ୍ୟ ପାଇଁ ଠିକାଦାର ଜେସିବି ରେ କେନାଲ କଡ଼କୁ ଅଧିକ ଖୋଳି ଦେବାରୁ ନିକଟରେ ପୋତା ହୋଇ ଯାଇଥିବା ବିଦ୍ୟୁତ୍ ଖୁଣ୍ଟ ବିପଦ ସଙ୍କୁଳ ଅବସ୍ଥାରେ ରହିଛି।ଫଳରେ ଏହି ଜାଗାକୁ ଯାତାୟତରେ ବ୍ୟାହତ ସୃଷ୍ଟି ହେବା ସହ ଅଧିକ ବର୍ଷା ପବନ ହେଲେ ବିଦ୍ୟୁତ୍ ଖୁଣ୍ଟ ପଡ଼ି ଯିବାର ବିପଦ ସୃଷ୍ଟି କରୁଛି। ଆଉ ମାତ୍ର ୭ ଦିନ ଥିବାବେଳେ କେବେ ଏହି କେନାଲ ମରାମତି କାର୍ଯ୍ୟ ଶେଷ ହେବ ଓ କେନାଲ ରାସ୍ତା ରେ ଗାଡି ମଟର ଚଳାଚଳ ସହିତ ବିଦ୍ୟୁତ ଖୁଣ୍ଟ ସଠିକ୍ ଭାବେ ରହିବ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏଥିପ୍ରତି ବିଭାଗୀୟ ଅଧିକାରୀ ଗୁରୁତ୍ଵ ଦେବାକୁ ଦାବି ହେଉଛି। ଏ ନେଇ ବିଭାଗୀୟ ଯନ୍ତ୍ରୀ ଙ୍କୁ ପଚାରିବାରୁ କିପରି ଏହାର ସମାଧାନ ହେବ ସେଥିପାଇଁ ଚେଷ୍ଟା କରାଯାଉଛି ବୋଲି ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *