ରାଜଧାନୀ ଉକଣ୍ଠରେ ବୃକ୍ଷ ରୋପଣ

ଭୁବନେଶ୍ୱର,୨୭/୦୭/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ରାଜଧାନୀ ଉପକଣ୍ଠରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ବୀରସେନ ଜେନାଙ୍କ ସ୍ମୃତିରେ ରାଜଧାନୀ ଉପକଣ୍ଠ ନୂଆଗାଁ ମାରୂତୀ ନଗର ଡେଭଲପମେଂଟ୍ କମିଟି ପିନାକୀ ବିହାର ଫେଜ୍ ୪ରେ ବ୍ୟାପକ ବୃକ୍ଷ ରୋପଣ କରାଯାଇଥିଲା ।

ବୀରସେନ ଜେନା ସ୍ମୃତି କମିଟି ଓ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜେସେବୀ, ଡ଼ ଚିନ୍ମୟାନନ୍ଦ ବଡ଼ଜେନା, ସମାଜେସେବୀକା ଗୀତାଞ୍ଜଳି ବେହେରା, ପ୍ରମୋଦ କୁମାର ଦାସ, ସୁବାଷ ପାଇଟାଳ, ସୁକାନ୍ତ ପାତ୍ର, ପ୍ରକାଶ କୁମାର ରଣା, ସଞ୍ଜୟ ଗିରି, ମାନସ ମଲିକ୍, ଜଗନ୍ନାଥ ପଟ୍ଟନାୟକ, ସୁନିଲ ବରାଳ, ରାହୁଳ ବରାଳ, ସୂର୍ଯ୍ୟକାନ୍ତ ମନ୍ତ୍ରୀ, ଚିତନ ମହାଲିକ, ପ୍ରମୁଖ ଯୋଗ ଦେଇ ଶତାଧିକ ଚାରା ରୋପଣ କରିବା ସହ ଗଛର ସୁରକ୍ଷା ପାଇଁ ତାର ଜାଲି ବାନ୍ଧିଥିଲେ । ଏହାକୁ ଲିଙ୍ଗରାଜ ସାହୁ ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *