ନିମାପଡା ବିଧାନସଭା ଆସନ ପାଇଁ ବିଜେଡି ରୁ ସୁଶ୍ରୀ ରାଜାଲିନ ନାୟକ ଆଶାୟୀ

ନିମାପଡ଼ା,୦୭/୦୪/୨୦୨୪ (ଓଡ଼ିଶା ସମାଚାର)-ନିମାପଡା ବିଧାନସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିସାରିଛି । ହେଲେ ଏପର୍ୟ୍ୟନ୍ତ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ଫଳରେ ପ୍ରାର୍ଥୀ ଘୋଷଣା ବିଳମ୍ବକୁ ନେଇ ବିଜେଡିରେ ଆଶାୟୀଙ୍କ ସଂଖ୍ୟା ବାଡ଼ିଚାଲିଛି । ଦଳୀୟ ଟିକେଟ ଆଶାୟୀ ଭାବେ ସୁଶ୍ରୀ ରାଜାଲିନ ନାୟକ ପ୍ରମୁଖ ଦାବିଦାର ଭାବେ ଉଭା ହୋଇଛନ୍ତି । ନବୀନ ପଟ୍ଟନାୟକ ମୋ ବାପା ସମାନ । ନାରୀ ଶସସ୍ତିକରଣ ମାଧ୍ୟମରେ ମହିଳାଙ୍କୁ ସବୁବେଳେ ସମ୍ମାନ ଦେଇଆସିଛନ୍ତି । ଆଜି ସିଏ ରାଜ୍ୟରେ ମହିଳାମାନଙ୍କ ଉନତି ପାଇଁ ଅହରହ ଉଦ୍ୟମ ଜାରିରଖିଛନ୍ତି । ମୁଁ ଜଣେ ଉଚ୍ଚ ଶିକ୍ଷିତା ମହିଳା , ଯଦି ନବୀନ ବାବୁ ମୋତେ ଆଶିର୍ବାଦ କରନ୍ତି ମୁଁ ନିମାପଡାରେ ଅଧିକ ଡେଭଲପମେଣ୍ଟ କାର୍ୟ୍ୟ କରିପାରିବି । ନିମାପଡାର ଯେତିକି ଡେଭଲପମେଣ୍ଟ ହୋଇଛି ତାକୁ ମୁଁ ଅଧିକ ତ୍ୱରାନ୍ୱିତ କରିବି । ନିମାପଡା ଲୋକେ ଚାହୁଁଛନ୍ତି ପରିବର୍ତ୍ତନ । ଶନିବାର ଅପରାହ୍ନରେ ନିମାପଡ଼ା ଠାରେ ଥିବା ନିଜସ୍ୱ କାର୍ୟ୍ୟାଳୟ ନନ୍ଦିଘୋଷ ଫାଉଣ୍ଡେସନ ଟ୍ରଷ୍ଟ ପରିସରରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀ ପ୍ରକାଶ କରିଛନ୍ତି ସୁଶ୍ରୀ ରୋଜାଲିନି ନାୟକ ।

Leave a Reply

Your email address will not be published. Required fields are marked *