ଭୁବନେଶ୍ୱର, ୧୯/୧୧/୨୦୨୩ (ଓଡ଼ିଶା ସମାଚାର)-ରୋଟାରୀ କ୍ଲବ ଭୁବନେଶ୍ବର ମେଟ୍ରୋ ଓ ମା ଭାଗ୍ୟବତୀ ସ୍ଵେଚ୍ଛାସେବୀ ଅନୁଷ୍ଠାନର ମିଳିତ ଉଦ୍ୟମରେ ଭୁବନେଶ୍ବର ଉପଖଣ୍ଡ ସେଉଲକୁଣ୍ଡ ଗ୍ରାମ ରେ ଏକ ମେଘା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶହେରୁ ଅଧିକ ଲୋକ ଚିକିତ୍ସିତ ହୋଇ ଥିଲେ ।ଏହି ଶିବିର ରେ ଦାନ୍ତ ମେଡିସିନ ଓ ସ୍ତ୍ରୀ ରୋଗ ର ରୋଗୀ ମାନେ ପରୀକ୍ଷା କରିଥିଲେ ।ପ୍ରକାଶ ଥାଉକି ରୋଟାରୀ କ୍ଲବ ମେଟ୍ରୋ ଏହି ଗ୍ରାମ କୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଛି ।ଫଳରେ ଆଗରୁ ମଧ୍ୟ କ୍ଲବ ପକ୍ଷରୁ ବହୁ ସ୍ୱାସ୍ଥ ଶିବିର ଅନୁଷ୍ଠିତ ହୋଇଥିଲା ଏବଂ ଏହି ଗ୍ରାମ ରେ ଥିବା ଏକ ଗାଡିଆର ପୁନରୁଦ୍ଧାର କରିବା ସହିତ ଗ୍ରାମ ରେ ଥିବା ସ୍କୁଲ ର ମଧ୍ୟ ପୁନରୁଦ୍ଧାର କରାଯାଉଛି ।ଫଳରେ ଗ୍ରାମବାସୀ ମାନେ ବହୁତ ଆନନ୍ଦ ଅନୁଭବ କରୁଛନ୍ତି ।ଆଡଭୋକେଟ ରୋଟାରୀୟାନ୍ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଙ୍କ ତତ୍ତ୍ଵାବଧାନରେ ସବୁକିଛି କରାଯାଉଛି ।ଉକ୍ତ ମେଘା ଚିକିତ୍ସା କେନ୍ଦ୍ରରେ ରୋଟାରୀ କ୍ଲବର ଡାକ୍ତର ସୁରେନ୍ଦ୍ର କୁମାର ମହାନ୍ତି, ଡାକ୍ତର ସରୋଜ କାନ୍ତ ମହାନ୍ତି, ବ୍ରିଗେଡ଼ିଅର ଶୈଳେସ ମହାନ୍ତି, କର୍ନେଲ ବଦ୍ରିନାରାୟଣ ମହାନ୍ତି ଏବଂ ସମ ହସପିଟାଲର ଦାନ୍ତ ଡାକ୍ତର ଓ ଶୁଶୃତ ହସ୍ପିଟାଲର ବିଶେଷଜ୍ଞ ମାନଙ୍କ ଦ୍ଵାରା ଏହି ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର କୁ ପୂର୍ବତନ ସଭାପତି କୃଷ୍ଣ ଚନ୍ଦ୍ର ପଟ୍ଟନାୟକ, ବର୍ତ୍ତମାନ ସଭାପତି ରସା ନନ୍ଦ ରାଉତ ଓ ରୋଟାରୀ କ୍ଲବ ମେଟ୍ରୋ ଭୁବନେଶ୍ବର ର ସମସ୍ତ ସଭ୍ୟ ଏବଂ ମା ଭାଗ୍ୟବତୀ ସ୍ଵେଚ୍ଛାସେବୀ ଅନୁଷ୍ଠାନର ସଭ୍ୟ ମାନଙ୍କ ସହଯୋଗରେ ଏହି ମେଘା ଶିବିର ଟି ସୂଚାରୁରୂପେ କରାଯାଇଛି ।