ଭୁବନେଶ୍ୱର, ୩୦/୦୩/୨୦୨୪ (ଓଡ଼ିଶା ସମାଚାର)- ଓଡ଼ିଶା ପାଇଁ ବାକି ଥିବା ୩ ଲୋକସଭା ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି(ଭାଜପା)।କଟକ ପାଇଁ ଭର୍ତ୍ତୃହରି ମହତାବଙ୍କୁ ଦଳ ପ୍ରାର୍ଥୀ କରିଛି। ଯାଜପୁର ପାଇଁ ରବୀନ୍ଦ୍ର ନାରାୟଣ ବେହେରା ଓ କନ୍ଧମାଳରୁ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ଦଳ ପ୍ରାର୍ଥୀ କରିଛି।
ଶନିବାର ଭାଜପା ୩ ଏମ୍ପି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତେବେ ପୂର୍ବତନ ଏମ୍ପି ଭର୍ତ୍ତୃହରି ମହତାବ କଟକରୁ ଲୋକ ସଭା ନିର୍ବାଚନ ଲଢ଼ିବେ ବୋଲି ଭାଜପା ପକ୍ଷରୁ ଘୋଷଣା କରାଯାଇଛି। ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମ୍ପି ଭର୍ତ୍ତୃହରି ଭାଜପାରେ ଯୋଗ ଦେଇଥିଲେ। ଭର୍ତ୍ତୃହରି କଟକରୁ ଏମ୍ପି ଭାବେ ୬ଥର ନିର୍ବାଚିତ ହୋଇଥିଲେ। ଗତ ୨୨ରେ ଭର୍ତ୍ତୃହରି ବିଜେଡିରୁ ଇସ୍ତଫା ଦେଇଥିଲେ।